ମଦ୍ୟପାନ ପାଇଁ ଟଙ୍କା ନଦେବାରୁ ପିଟାମରା କରୁଥିଲା
ବାରିପଦା- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅନ୍ତେବାସୀକୁ ନିସ୍ତୁକ ମାଡ ମାରିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ଗିରଫ ଅଭିଯୁକ୍ତ ଛାତ୍ରାବାସର ରୋଷେୟା ରଣଜିତ ଦିଗାରଙ୍କୁ ଗିରଫ କରି ବାରିପଦା ସଦର ଥାନା ପୁଲିସ କୋର୍ଟ ଚାଲାଣ କରିଛନ୍ତି। ମଦ୍ୟପାନ ନିମନ୍ତେ ଟଙ୍କା ନଦେବାରୁ ପିଲାଙ୍କୁ ବାଡ଼ିରେ ବାଡେଇ ଲହୁ ଲୁହାଣ କରିଥିଲେ। ଏନେଇ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି। ସେ ନିଶାସକ୍ତ ଅବସ୍ଥାରେ ଛାତ୍ରାବାସ ମଧ୍ୟକୁ ପ୍ରବେଶ କରି ମଦ୍ୟପାନ କରିବାକୁ ସମସ୍ତ ଛାତ୍ରଙ୍କୁ ଟଙ୍କା ବଟି ମାଗିଥାଏ। ଯିଏ ନ ଦେବ ତାହାକୁ ପିଟାମରା କରିବା ସହ ହତ୍ୟା କରିବା ଧମକ ଦେଇଥାଏ। ଏହାସହିତ ଅନେକ ସମୟରେ ବିଦ୍ୟାଳୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ କାହାକୁ ଜଣାଇଲେ ନିର୍ଯ୍ୟାତନା ଦେବା ସହ ହତ୍ୟା କରିବା ଧମକ ଦେଉଥିଲା। ଯାହାକୁ ନେଇ ଛାତ୍ର ମାନ ଚୁପ ରହି ଟଙ୍କା ଦେଇ ଦେଉଥିଲେ। ତେବେ ମଦ୍ୟପାନ ପାଇଁ ଟଙ୍କା ନଦେବାରୁ ଛାତ୍ରକୁ ବାଡେଇ ରକ୍ତାକ୍ତ କରିଥିବା ନେଇ ପ୍ରଧାନ ଶିକ୍ଷକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।