ସାମ୍ବିଧାନିକ ସଂସ୍ଥା ଉପରେ ସରକାରର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ
ଅଶ୍ରୁର ରାଜ୍ୟ ସମ୍ମିଳନୀ ଉଦଯାପିତ
ଶୁଭଙ୍କର ରାଜ୍ୟ ସଭାପତି ଓ ସତ୍ୟବ୍ରତ ରାଜ୍ୟ ସାଧାରଣ ସଂପାଦକ
ବଲାଙ୍ଗିର(Niroj Mishra)- ସ୍ୱାଧିନତା ଆନ୍ଦୋଳନରେରେ ବିବାଦିୟ ଭୂମିକା ନେଇଥିବା ଚରିତ୍ରମାନଙ୍କୁ ଆଜି ସରକାରରେ ଥିବା ଲୋକେ ପୂଜା କରୁଛନ୍ତି । ଦକ୍ଷିଣପନ୍ଥି ଚିନ୍ତାଧାରା ଦେଶକୁ ଆଉ ଏକ ଇଂରେଜ ଶାସନ ଆଡକୁ ନେଇ ଗଲାଣି । ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା, ସିବିଆଇ, ରିଜର୍ଭ ବ୍ୟାଙ୍କ ଇତ୍ୟାଦି ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ କେନ୍ଦ୍ର ସରକାରର ବାରମ୍ବାର ହସ୍ତକ୍ଷେପ ଦେଶରେ ଏକ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ପରିସ୍ଥିତିକୁ ଜନସାଧାରଣ କଦାପି ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ବଲାଙ୍ଗିର ଠାରେ ଅନୁଷ୍ଠିତ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭସ୍ ୟୁନିୟନ (ଓଶ୍ରୁ) ର ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧିଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କେନ୍ଦ୍ର ସରକାର ଏକ ଚାଷୀ ବିରୋଧି ସରକାର ବୋଲି ପ୍ରମାଣିତ ହୋଇସାରିଛି । ଚାଷି ଓ ଚାଷର ହିତ ପାଇଁ ବିଧାନସଭାରେ ଏକ ପ୍ରତିନିଧି ଦଳକୁ ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ସମୟ ଦେଇ ପାରୁନାହାନ୍ତି । ସମସ୍ତ ନିର୍ବାଚନି ପ୍ରତିଶୃତି ଜୁମଲାରେ ପରିଣତ ହୋଇସାରିଛି । ଏହା ତାଙ୍କ ଦଳର କେନ୍ଦ୍ର ମନ୍ତ୍ରୀ ଖୋଦ ସ୍ୱିକାର କରିଛନ୍ତି । ତେଣୁ ଆଜିର ଏହି ସମ୍ମିଳନୀ ଏପରି ନୀତି ବିରୋଧି, ଚାଷୀ ବିରୋଧି କେନ୍ଦ୍ର ସରକାର ବିରୁଦ୍ଧରେ ଏକ ସ୍ପଷ୍ଟ ବାର୍ତ୍ତା ସାରା ରାଜ୍ୟରେ ପ୍ରଚାର କରୁ ଯେପରି କି ଆଗାମୀ ଦିନରେ ସେମାନେ ଆଉ ଦେଶର ଛାତ୍ର, ଯୁବକ, ଶ୍ରମିକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବାରୁ ବିରତ ରହିବେ । ସମ୍ମିଳନୀରେ ସିଟୁ ର ରାଜ୍ୟ ଉପ-ସଭାପତି କମ୍ୟୁନିଷ୍ଟ ନେତା ଜନାର୍ଦ୍ଧନ ପତି କେନ୍ଦ୍ର ସରକାରର ଗତ ସାଢେ ଚାରିବର୍ଷର ବିଫଳତାକୁ ନେଇ ଘୋର ସମାଲୋଚନା କରିଥିଲେ । ପୁଞ୍ଜିପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ମାଫ କରୁଥିବା ବେଳେ କେନ୍ଦ୍ର ସରକାର ·ଷୀଙ୍କ ପାଇଁ କୌଣସି ପ୍ରକାର କୃଷି ଋଣକୁ ସହାନୁଭୁତି ନ ଦେଖାଇବା ଘୋର ପରିତାପର ବିଷୟ । ଏପରି ସରକାରକୁ ଆଜିର ଶ୍ରମିକ ଶ୍ରେଣୀ ଠିକ୍ ହିସାବରେ ବୁଝି ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବାକୁ ସେ ଆହ୍ୱାନ କରିଥିଲେ । ମେଡିକାଲ ସେଲ୍ସ ରିପ୍ରେଜେନଟିଭ୍ ମାନଙ୍କର ସର୍ବଭାରତୀୟ ସଂଗଠନର ଯୁଗ୍ମ ସାଧାରଣ ସଂପାଦକ ଏବଂ ସଂପାଦକ ଦିପକ ଭଟ୍ଟାଚାର୍ଯ୍ୟ ଏବଂ ସାନ୍ତନୁ ଚଟର୍ଜି ଔଷଧ ଶିଳ୍ପରେ ଦେଶ ସ୍ୱାବଳମ୍ବି ଥିବା ବେଳେ କେନ୍ଦ୍ର ସରକାର ପୁଞ୍ଜିପତିମାଲିକମାନଙ୍କର ପ୍ରରୋଚନାରେ ନିର୍ବାଚନି ପାଣ୍ଠି ଆଦାୟ କରିବା ପାଇଁ ବିଦେଶି ପୁଞ୍ଜିକୁ ଆମନ୍ତ୍ରଣ କରିବା ଏ ଦେଶର କୋଟି କୋଟି ଗରିବ ଜନତାଙ୍କ ପ୍ରତି ଧୋକା ବୋଲି କହିଥିଲେ । ସେମାନେ କହିଥିଲେ ଦେଶୀୟ କଂପାନୀ ଶସ୍ତା ଦରରେ ଔଷଧ ଆମେ ଲୋକଙ୍କୁ ଯୋଗାଇ ପାରୁଥିବା ବେଳେ ବିଦେଶୀ କଂପାନୀମାନଙ୍କ ମହଙ୍ଗା ଔଷଧ ବଜାରକୁ ଆଣିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଥିଲେ । ବଲାଙ୍ଗିରର ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକ, ଆଇଏନ୍ଟିୟୁସିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଚାଷୀମୁଲିଆ ସଂଘର ଶ୍ରୀ ଭୋଇ, ଏକ୍ସନ କମିଟି ପୂର୍ବତନ ସଭାପତି ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ବରିଷ୍ଠ କର୍ମକର୍ତ୍ତା ମନମୋହନ ରଥ ପ୍ରମୁଖ ରାଜ୍ୟ ସମ୍ମିଳନୀର ସଫଳତା କାମନା କରି ନିଜ ନିଜର ଉଦ୍ବୋଧନ ରଖିଥିଲେ । ରାଜ୍ୟ ସାଧାରଣ ସଂପାଦକ ଶୁଭଙ୍କର ଦାଶ ଏବଂ ରାଜ୍ୟ କୋଷାଧ୍ୟକ୍ଷ ଆଶୁତୋଷ ନିଜ ନିଜର ରିପୋର୍ଟ ପ୍ରଦାନ କରିବା ସହ ତାର ଉପରେ ଆଲୋଚନା ହୋଇଥିଲା ଏବଂ ପରେ ପରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସଂଘର ସଭାପତି ଭାବେ ଶୁଭଙ୍କର ଦାଶ, ଉପ-ସଭାପତି ଭାବେ ଅନିରୁଦ୍ଧ ମହାପାତ୍ର ଏବଂ ବିଜୟକୃଷ୍ଣ ଦାଶ, ସାଧାରଣ ସଂପାଦକ ଭାବେ ସତ୍ୟବ୍ରତ ମହାପାତ୍ର, ଯୁଗ୍ମ ସାଧାରଣ ସଂପାଦକ ଭାବେ ବି.ଏନ୍.ସାହୁ ଏବଂ ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଭାବେ ଆଶୁତୋଷ ଦାଶ, ସଂପାଦକ ଭାବେ ପରମେଶ୍ୱର ପାତ୍ର, ଶୁଶାନ୍ତ ପଟ୍ଟନାୟକ, ଏନ୍.ପି. ବ୍ରହ୍ମା, ସତ୍ୟନାରାୟଣ ବରାଳଙ୍କ ସହ ୧୬ ଜଣିଆ କାର୍ଯ୍ୟକାରୀ କମିଟି ନିର୍ବାଚନ ମାଧ୍ୟମରେ ଚୟନ କରାଯାଇଥିଲା । ଏହି ସମଗ୍ର କାର୍ଯ୍ୟକ୍ରମ ପରି·ଳନାରେ ବଲାଙ୍ଗିର ଜିଲ୍ଲା କମିଟିର ଜିଲ୍ଲା ସଭାପତି ଦେବାଶିଷ ମିଶ୍ର, କୋଷାଧ୍ୟକ୍ଷ ସତ୍ୟନାରାୟଣ ରଥ, ଉପ-ସଭାପତି ଅମିତ ରାଉତ, ବରିଷ୍ଠ ସଭ୍ୟ ସତାବନ ସାହୁ, ସୁନିଲ ଲେଙ୍କା, ସନ୍ତୋଷ ଦାଶ, ସୈାମିତ୍ରି ବାବୁ, ଲୋପନ ମିଶ୍ର, ଅଶ୍ୱିନି ରାଉତ, ବାପୁନି ସାହୁଙ୍କ ସମେତ ଶତାଧିକ ସଭ୍ୟ ସହଯୋଗ କରିଥିବା ବେଳେ ଜିଲ୍ଲା ସଂପାଦକ ତଥା ଅଭ୍ୟର୍ଥନା କମିଟିର ଆବାହକ ସୁରୁଲାଲ ମଟାରୀ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ପ୍ରତିନିଧି, ରାଜ୍ୟ ତଥା କେନ୍ଦ୍ର ନେତୃତ୍ୱ, ଗଣମାଧ୍ୟମର ପ୍ରତିନିଧି, ସମସ୍ତ ଭାତୃପ୍ରତିମ ଶ୍ରମିକ ସଂଗଠନମାନଙ୍କୁ ଧନ୍ୟବାଦ ଦେଇ ସମ୍ମିଳନି ଶେଷ ଘୋଷଣା କରିଥିଲେ ।