ହେଡଲାଇନସ୍:

ଝ‌lରପୋଖରିଆ ଅଞ୍ଚଳ ରେ ସୋସିଆଲ ମିଡ଼ିଆ ଫେକ ଆଇ ଡି: ଠିକ୍ ଭାବରେ ତଦନ୍ତ ହୋଉ ନଥିବା ଅଭିଯୋଗ କଲେ ପରିବାର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୁକ୍ତ ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ଜଣେ ନାରୀ ର ଚରିତ୍ର ସଂହାର କରି ଲେଖିବା ଅଭିଯୋଗ ରେ ୪୦ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରି ହାଜତ ଚାଲାଣ । 

ବାରିପଦା :: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଅଞ୍ଚଳରେ ଘୁରି ବୁଲୁଥିଲା ସୋସିଆଲ ମିଡ଼ିଆ ରେ ତିଆରି ହୋଇଥିବା ଖବର ଝାରପୋଖରିଆ ନମକ ଏକ ଫେକ ଆଇ ଡି। ଫେକ ଆଇଡି ତିଆରି କରି ଅଞ୍ଚଳରେ ବାରମ୍ବାର ଅଶ୍ଳୀଳ ଭାଷା ପ୍ରୟୋଗ କରି ଲେଖିବା ଓ ଜଣେ ସାମ୍ବାଦିକ ଓ ତାଙ୍କ ସ୍ତ୍ରୀ ଙ୍କ ଚରିତ୍ର କୁ ଆକ୍ଷେପ କରି ବିଭିନ୍ନ ମନ୍ତବ୍ୟ ଦେବା ସହିତ ଜଣେ ସାମ୍ବାଦିକଙ୍କ ଚରିତ୍ରକୁ ଆକ୍ଷେପ କରି ଲେଖିବା ଏବଂ ଜଣେ ବୟୋଜ୍ୟେଷ୍ଠ ସମାଜ ଦେବୀ ଙ୍କ ବିଷୟରେ ଖରାପ ଭାଷା ଲେଖିବା ସହିତ ଦୂଷିତ କରୁଥିଲା ଝାରପୋଖରିଆ ଅଞ୍ଚଳ । ତେବେ ଏହି ନିନ୍ଦା ଅପବାଦ କୁ ଧୈର୍ଯ୍ୟ ଧରି ମୁକାବିଲା କରିଥିଲା ସାମ୍ବାଦିକ ଙ୍କ ସହ ତାଙ୍କ ପରିବାର । ତେବେ ସେ ଅପରାଧୀକୁ ଧରିବାରେ ସେ ଆପ୍ରାଣ ଚେଷ୍ଟା କରି ଆଇନ୍ ବାଟରେ ଏପଟ ସେପଟ ସଂଗ୍ରାମ କରି କରି ଶେଷରେ ଦୀର୍ଘ ୪୦ ଦିନପରେ ପ୍ରଶାସନ ସହାୟତାରେ ମେଟା ର ସୂଚନା ଅନୁସାରେ ତାକୁ ଜେଲ ହାଜତରେ ଭର୍ତ୍ତି କଲେ । ତେବେ ଗତ ୩ ତାରିଖ ମୟୂରଭଞ୍ଜ ର ଏସପି ଙ୍କ ସ୍ଵତନ୍ତ୍ର ଟିମ ଅଭିଯୁକ୍ତଙ୍କୁ ବାଲେଶ୍ବର ରୁ ଗିରଫ କରିବ ପରେ କୋର୍ଟ କୁ ଚାଲାଣ କରି ହାଜତକୁ ପଠାଇଛି ।
। ଲେଖୁଥିବା ଅଭିଯୁକ୍ତ ହେଉଛନ୍ତି ଏକ ବଡ଼ ବାଲି ମାଫିଆ ଯାହାଙ୍କ ଘର ବାଲେଶ୍ବର ଅଞ୍ଚଳରେ ତାଙ୍କ ନାମ ଦିବ୍ୟଜ୍ୟୋତି ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସାମ୍ବାଦିକ ମଳୟ ବାବୁ ଆଉ ସ୍ତ୍ରୀ କାଞ୍ଚନ ବାଲା ସାହୁ ଗତ ଜୁନ ମାସ ୧୪ ତାରିଖରେ ତାଙ୍କ ପରିବାର କୁ ଆକ୍ଷେପ କରି ନାନାପ୍ରକାର ଅଶ୍ଳୀଳ ଭାଷା ପ୍ରୟୋଗ କରି ଲେଖିବା ବିରୋଧରେ ପ୍ରଥମେ ଝାରପୋଖରିଆ ଥାନା ଓ ସାଇବର ଥାନା ବାରିପଦାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ତେବେ ଝାରପୋଖରିଆ ଥାନା ଅଧିକାରୀ ଗୁରୁତ୍ୱ ଦେଉ ନ ଥିବା ଦେଖି ୩୦ ଜୁନ ରେ ଡି ଆଇ ଜି କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ପରେ ଜୁଲାଇ ମାସ ୭ ତାରିଖରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ହୋଇ ମଳୟବୁ ଓ ତାଙ୍କ ସ୍ତ୍ରୀ ଗୁହାରି ଜନାଇବାପରେ ସଚିବ ଏସ ପି ଙ୍କୁ ଘଟଣା ସମ୍ବନ୍ଧ ରେ ପଚାରି ବୁଝିଥିଲେ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳି ନ ଥିଲା ଏବଂ ଇତି ମଧ୍ୟରେ ମହିଲା କମିଶନ ଅଧିକାରୀ ଙ୍କୁ ମଧ୍ୟ ସୁଚନା ଦେଇଥିଲେ । ତେବେ ଏତଲା ଦେବାର ୨୫ ଦିନ ପରେ ମଧ୍ୟ ଝାରପୋଖରିଆ ଥାନା ଅଧିକାରୀ ଙ୍କ ଠାରୁ କୌଣସି ନ୍ୟାୟ ନା ପାଇ ଜୁଲାଇ ମାସ ୨୨ ତାରିଖରେ ଡି ଆଇ ଜି ଡ: ସତ୍ୟଜିତ ନାୟକ ଙ୍କୁ ସ୍ବାମୀ ଓ ସ୍ତ୍ରୀ ଭେଟିଥିଲେ ବାରିପଦାରେ। ଡି ଆଇ ଜି ସମସ୍ତ କଥା ଶୁଣି ସାରିବା ପରେ ଏସ ପି ଙ୍କ ସହ ଆଲୋଚନା କରି କ୍ରାଇମ୍ ବ୍ରାଞ୍ଚ ମାଧ୍ୟମରେ ଏହି fek ଆଇ ଡି କୁ ଖୋଜି ବାହାର କରିବାକୁ କହିଥିଲେ । ତେବେ ଝାରପୋଖରିଆ ଥାନା ଅଧିକାରୀ ପ୍ରଭୁକଲ୍ୟନ ଆଚାର୍ଯ୍ୟ ଦୁଇ ଅଧିକାରୀ ମୁଣ୍ଡା ଖେଲାଇଛନ୍ତି ମାନେ ଆପଣ ନ୍ୟାୟ ପାଇବେ ବୋଲି କହି ମଳୟ ବାବୁଙ୍କୁ ଫୋନ ମାଧ୍ୟମରେ ଆଶ୍ଵାସନା ଦେଇଥିଲେ । ତେବେ ଏହାରି ମଧ୍ୟରେ ୧ମାସ ପୁରି ଯାଇଥିବା ବେଳେ ପୁନର୍ବାର ଉଭୟ ସ୍ବାମୀ ଓ ସ୍ତ୍ରୀ ବାଧ୍ୟ ହୋଇ ଦ୍ଵିତୀୟ ଥର ପାଇଁ ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ସଚିବଙ୍କୁ ସବୁ ଜଣାଇ ଥିଲେ । ତେବେ ସେଠାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏସ ପି ଙ୍କ ସହ କଥା ହେବା ସହ ମହିଳାଙ୍କୁ ସାହାସ ପ୍ରଦାନ କରିଥିଲେ ବୋଲି ମଳୟ ବାବୁଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ମେଟା ତରଫରୁ ଫେକ ଆଇ ଡି ର ତଥ୍ୟ ଆସିବା ପରେ ମୟୂରଭଞ୍ଜ ଏସ ପି ଶ୍ରୀ ବରୁଣ ଗନ୍ଦୂପାଲି ବାଲେଶ୍ଵର ଠାରେ ରହିଥିବା ବାଲି ମାଫିଆ ଦିବ୍ୟାଖୋତି ନାୟକଙ୍କୁ ଗିରଫ କରି ଆଣିଥିଲେ ଏବଂ ମଜିଷ୍ଟେଟଙ୍କ ପାଖରେ ହାଜର କରାଇବା ପରେ ବାରିପଦା ମଣ୍ଡଳ କାରାଗାରର ସେହି ଅନ୍ଧାର କୋଠରୀ ମଧ୍ୟକୁ ପଠାଇ ଦିଆ ଯାଇଛି । ତେବେ ଝାର ପୋଖରିଆ ଅଞ୍ଚଳରେ ପରିବେଶ ଦୂଷିତ କରିଥିବା କାରଣରୁ ତଥା ଅଭିଯୁକ୍ତଙ୍କ ଘର ବାଲେଶ୍ବର ହୋଇଥିବା ବେଳେ ତାଙ୍କୁ ଲେଖିବାରେ ସାହାଯ୍ୟ କରିଥିବା ପରଦା ପଛରେ କେଉଁ କେଉଁ ମାନେ ରହି ଅଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରିବା ଏବଂ ଅଞ୍ଚଳରେ ଏଭଳି ବିଭିନ୍ନ ଚରିତ୍ର ସଂଘର କରିଥିବା ଫେକା ଆଇଡି କୁ ଖୋଜି ବାହାର କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ କେଉଁ ପ୍ରକାର ଦଣ୍ଡ ପାଇବ ଏବଂ ପରଦା ପଛର ରହସ୍ୟ ଖୋଲିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault