ହେଡଲାଇନସ୍:

ଓଡ଼ଗାଁ ଶ୍ରୀରଘୁନାଥଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥି ମଙ୍ଗଳବାର ଠାରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ଝୁଲଣ ଯାତ୍ର ଆରମ୍ଭ ହୋଇଥିବା ବେଳେ ଏହା ପୂର୍ଣ୍ଣମୀ ତିଥିରେ ଉଦଯାପିତ ହେବ । ଏଥିସହିତ ଅଂଚଳର ଅନ୍ୟାନ୍ୟ ବିଷ୍ଣୁ ମନ୍ଦିର ଓ ମଠ ମାନଙ୍କରେ ମଧ୍ୟ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ପାଇଁ ମନ୍ଦିରର ଦକ୍ଷିଣ ଦ୍ୱାରରେ ଥିବା ଝୁଲଣ ମଣ୍ଡପ ଉପରେ ସ୍ୱତନ୍ତ୍ର ଭାବରେ ଏକ ଚଉଦୋଳକୁ ଜରି ଜମ୍ବୁରା ଓ ପାଟକନାରେ ଆଚ୍ଛାଦିତ କରି ଝୁଲାଇ ରଖା ଯାଇଛି । ଶ୍ରୀଜିଉଙ୍କ ଏକାଦଶୀ ନୀତି ଓ ବେଢା ପରିକ୍ରମା ସରିବା ପରେ ଶ୍ରୀ ରଘୁନାଥ ଜିଉ ଓ ମାତା ସୀତାଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟା, ଘଣ୍ଟି, ମୃଦଙ୍ଗ, କାହାଳୀ, ଛତୀ, ତ୍ରାସ ଓ ଚାମର, ମଶାଲ ଧରି ଝୁଲଣ ମଣ୍ଡପ ଠାରେ ସୁସଜ୍ଜିତ ଝୁଲଣକୁ ବିଜେ ହୋଇଥିଲେ ।

ପ୍ରଭୁଙ୍କ ଝୁଲଣ ଯାତ୍ରା ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏଥି ସହିତ ଓଡ଼ଗାଁ ରାଧାକାନ୍ତ ମଠରେ ଶ୍ରୀ ରାଧାକୃଷ୍ଣଙ୍କୁ ସଜ୍ଜିତ କରି ପଟୁଆରରେ ଝୁଳଣବେଦିକୁ ବିଜେ କରାଯାଇଥିବା ବେଳେ ଗୀତ ଗୋବିନ୍ଦ ଓ ଭଜନ କୀର୍ତନ କରାଯାଇଥିଲା । ସେହିପରି ଓଡ଼ଗାଁ ବ୍ଳକ ଅଞ୍ଚଳ ମନ୍ଦିର ମାଳିନି କୁରାଳ ଗ୍ରାମରେ ଅବସ୍ଥିତ ଶ୍ରୀ ଦଧିବାମନ ଜିଉ, ରଘୁନାଥ ଜିଉ, ଭାଗବତ ଜିଉ, ସତ୍ୟନାରାୟଣ ଜିଉ, ଗୋପୀନାଥ ଜିଉ ଓ ରାଧାକାନ୍ତ ମଠରେ ଝୁଲଣ ଯାତ୍ରା ମହା ସମାରୋହରେ ପାଳିତ ହୋଇଛି ।

0
0
0
s2sdefault