ହେଡଲାଇନସ୍:

ଖୋର୍ଦ୍ଧାରେ ଖଣି ସିଣ୍ଡିକେଟ କୁ ମନ୍ମଥଙ୍କ ଟାର୍ଗେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା ର ମୁଣ୍ଡିଆ ଟେଣ୍ଡର ଉପରେ ସ୍ୱଚ୍ଛତା ଏବଂ ଇଡି ତଦନ୍ତ ଦାବିକଲେ ମନ୍ମଥ

ଖୋର୍ଦ୍ଧାରୁ (ଶେକ ଜାଫର) : କିଛି ଦିନ ତଳେ ଖୋର୍ଦ୍ଧା ରେ ବିଭିନ୍ନ ଖଣି ମୁଣ୍ଡିଆ ସବୁ ଇ ଟେଣ୍ଡର ପ୍ରକ୍ରିୟା ରେ ନିଲାମ ହୋଇଛି । ଏହି ଟେଣ୍ଡର ପ୍ରକ୍ରିୟା କୁ ସମ୍ପୂର୍ଣ ଭାବେ କିଛି ନେତା ନିଜ ଲୋକଙ୍କ ନାଁରେ ରଖିବା ପାଇଁ ଏକ ସିଣ୍ଡିକେଟ ଯୋଜନା କରିଥିଲେ । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସର ରେ ସଭାପତି ଙ୍କ ଚାମ୍ବର ରେ ଗତ ଜୁଲାଇ ୨୧ ତାରିଖରେ ଆରମ୍ଭ ହୋଇଥିଲା ମୁଣ୍ଡିଆ ଟେଣ୍ଡର ହାଇଯାକ ପ୍ଲାନ୍ । ଏହି କମିଟିରେ କିଛି ପ୍ରଭାବ ଶାଳୀ ନେତା ଙ୍କ ସହ ବାହାର ରାଜ୍ୟ ର ସଂସ୍ଥା ମଧ୍ୟ ହାତ ମିଲାଇଥିଲେ । ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ନଥ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ତେଣୁ ଖୋର୍ଦ୍ଧାରେ ମୁଣ୍ଡିଆ ଟେଣ୍ଡର ଉପରେ ସ୍ୱଚ୍ଛତା ଏବଂ ଇଡି ଜରିଆ ରେ ତଦନ୍ତ ଦାବିରେ ଆଜି ଶ୍ରୀ ରାଉତରାୟ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଶ୍ରୀ ରାଉତରାୟଙ୍କ ଅଭିଯୋଗ ଅନୁସାରେ, ବର୍ଷ ବର୍ଷ ଧରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଖୋର୍ଦ୍ଧା ଅଂଚଳ ରେ ଲଘୁ ଖଣିଜ ଦ୍ରବ୍ୟ ନିଜ ଅକ୍ତିଆର ରେ ରଖି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ ଶ୍ରୀଜଗନ୍ନାଥ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କ୍ଷତି ସହୁଥିଲେ ମଧ୍ୟ କେହି ଏହାକୁ ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଫଳରେ ସରକାର କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି । ପାଇକମାଟି ରେ ଏହାକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଖଣିଜ ସମ୍ପତି ଲୁଟ କରିବାକୁ ଉଦ୍ୟମ କଲେ ପ୍ରତି ଓଡିଆଙ୍କ ହୃଦୟରୁ ପ୍ରତିବାଦର ସ୍ୱର ଉଠିବ ବୋଲି କହିଛନ୍ତି । ତେବେ କ୍ୟାପଟେନ ରାଉତରାୟ ଙ୍କ ଏହି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ନା ନାଲି ଫିତ ତଳେ ତାହା ରହିଯିବ ତାହା ଆଗାମୀ ସମୟ ରୁ ଜଣାପଡ଼ିବ ।

0
0
0
s2sdefault