ହେଡଲାଇନସ୍:

ଏରସମା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର, ତା ୦୪.୦୮.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୧୦୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୮୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୨୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୬ ଟି, ଆବାସ ଯୋଜନା ସମ୍ପର୍କୀୟ ୧୫ ଟି ,ଜମିଜମା ସମସ୍ୟା ସମ୍ପର୍କୀୟ ୨୨ ଟି, ପୋଲିସ୍ ସହାୟତା ପାଇବା ପାଇଁ ୨ ଟି,ଭତ୍ତା ପାଇବା ପାଇଁ ୧୭ ଟି ଏବଂ ଅନ୍ୟାନ୍ୟ ୨୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ,ଜଗତସିଂହପୁର ଶ୍ରୀ ଜ୍ୟୋତି ଶଙ୍କର ରାୟ,ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏରସମା ,ଶ୍ରୀ ଦାଶରଥି ଜେନା , ତହସିଲଦାର, ଏରସମା, ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା,ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।

0
0
0
s2sdefault