ହେଡଲାଇନସ୍:

 ସାଧାରଣ ଲୋକ ଆଇନ ସଂପର୍କରେ ଅବଗତ ହେଲେ ନିଜ ଦାୟିତ୍ୱ  ଓ ଅଧିକାରକୁ ସୁରକ୍ଷିତ ରଖିପାରିବେ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ।

ଯାଜପୁର :  ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସ୍କୁଲ ପରରିସରରେ ଅନୁଷ୍ଠିତ ହୋଇଅଚ୍ଥି ।  ଏହି ସଭାକୁ ଜିଲ୍ଲା  ଆଇନ ସେବା ପ୍ରାଧିକରଣ ଯାଜପୁରର ବରିଷ୍ଠ  ଦେୱାନୀ ବିଚାରପତି ତଥା ସେକ୍ରେଟାରୀ  ରାଜେଶ ନାୟାର ପରିଚାଳନା କରିଥିଲେ ।  ସାଧାରଣ ଲୋକମାନେ ଆଇନ ସଂପର୍କରେ ଅବଗତ ହେଲେ ନିଜ ଦାୟିତ୍ୱ  ଓ ଅଧିକାରକୁ ସୁରକ୍ଷିତ ରଖିପାରିବେ ।  ତେଣୁ ସେମାନଙ୍କ ପାଇଁ ଆଇନରେ ଥିବା ବ୍ୟବସ୍ଥା, ସହାୟତା ସଂପର୍କରେ ମୈାଳିକ ଜ୍ଞାନ ହାସଲ ପାଇଁ ଶ୍ରୀ ନାୟାର ଆହ୍ୱାନ ଦେଇଥିଲେ । ଏହି ସଭାରେ ଜିଲ୍ଲା ଦୈାର ଜଜ୍  ଡଃ ରାଧାକାନ୍ତ ମିଶ୍ର ସଭାପତିତ୍ୱ କରି ଜନସାଧାରଣ ମାନେ କିପରି ନିଶୁଳ୍କ ଆଇନ ସେବା ପାଇପାରିବେ ସେ ସଂପର୍କରେ ବ୍ୟାପକ ସଚେତନତା ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।  ଏଥିପାଇଁ ସେମାନେ ଜାତୀୟ, ରାଜ୍ୟ, ଜିଲ୍ଲା  ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟି ଗୁଡିକର ସାହାଯ୍ୟ ନେଇପାରିବେ ବୋଲି ପରାମର୍ଶ ମଧ୍ୟ ଦେଇଥିଲେ ।  ଏହି ସଭାରେ ଯାଜପୁର ନ୍ୟାୟାଳୟର ବିଚାରପତି ଶ୍ରୀମତୀ ବର୍ଣ୍ଣାଳୀ ତ୍ରିପାଠୀ, ଶ୍ରୀମତୀ ଶତରୂପା ଶତପଥୀ, ଶ୍ରୀମତୀ ସୁଷମା ସ୍ୱାଇଁ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ  ଊପରେ ସେମାନଙ୍କର ସୁଚିନ୍ତିତ ମତାମତ ଊପସ୍ଥାପନ କରିଥିଲେ ।  ଏହା ବ୍ୟତୀତ କିଶୋର ଚନ୍ଦ୍ର କର, ହୃଷିକେଶ ପଣ୍ଡା, ସଦସ୍ୟ, ଜ଼ିଲ୍ଲା  ଆଇନ ସେବା ପ୍ରାଧିକରଣ, ଯଜାତି କେଶରୀ  ପଣ୍ଡା, ବରିଷ୍ଠ  ଆଇନଜିବୀ ଊପସ୍ଥିତ ଜନସାଧାରଣଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମ ଊପରେ ଆଲୋକପାତ କରିଥିଲେ ।  ଶେଷରେ ଜିଲ୍ଲା  ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ  କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault