ହେଡଲାଇନସ୍:

ସଫେଇ ଆପଣାଅ, ବୀମାରୀ ଭଗାଅ ଉଦଯାପନୀ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଡାଖାନା ସହିତ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଓଡଗାଁ,୩୦।୭: ନୟାଗଡ଼ ଜିଲ୍ଲା ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ଆୟୋଜିତ ସଫେଇ ଆପଣାଓ, ବୀମାରୀ ଭଗାଓ ଅର୍ଥାତ ସାମୁହିକ ସମଗ୍ର ସଫେଇ ଅଭିଯାନ ବୁଧବାର ଉଦଯାପିତ ହୋଇଛି । ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ନୀଳାଞ୍ଜନ ଦାସ, ଆଦର୍ଶ ଥାନା ଅଧିକାରୀ ଅଭୟ କୁମାର ବେହେରା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ବେହେରା ଓ ମୁଖ୍ୟ ଅତିଥି ଡ. ଭୋଇ ନିଜକୁ ସ୍ଥାନୀୟ ଏନଏସିର ନମ୍ବର ୱାନ ସଫେଇୱାଲା ବୋଲି ଅଭିହିତ କରି ସଫେଇ ଆମ କର୍ତ୍ତବ୍ୟ ଓ ଦାୟିତ୍ବ ହେବା ଉଚିତ୍ ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଡ. ଦାସ ଓଡ଼ଗାଁରେ ବର୍ଷ ବର୍ଷ ଧରି ଏନଏସିର ସଫେଇ କର୍ମଚାରୀଙ୍କ ଦ୍ୱାରା ନିୟମିତ ସଫେଇ ଜାରି ରହିଥିବାରୁ ପ୍ରାୟ ୩ ବର୍ଷ ଧରି ସ୍ଥାନୀୟ ଅଂଚଳରେ ଡେଙ୍ଗୁ କିମ୍ବା ମ୍ୟାଲେରିଆ ରୋଗୀ ସୃଷ୍ଟି ହୋଇନଥିବା କହିଥିଲେ । ଏବଂ ଏହାକୁ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ଆଇଆଇସି ବେହେରା ଗୋଟିଏ ପକ୍ଷରେ ସଫେଇବାଲାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଅନ୍ୟ ପକ୍ଷରେ ପରିବାର ଓ ସମାଜର ହୀତଦୃଷ୍ଟିରୁ ନିଜର ଶ୍ରମ ଅର୍ଜିତ ଧନରେ ମଦ୍ୟ ପାନକରି ଅଶାନ୍ତି ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଖୁବ୍ ଶୀଘ୍ର ମାଛ ବଜାର, ଦୁଇ କଲ୍ୟାଣ ମଣ୍ଡପ ଓ ବିଜ୍ଞାପିତ ଅଞ୍ଚଳ ମୁଖ୍ୟ ଅଫିସ ଗ୍ରୁହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ସ୍କୁଲ ପିଲାଙ୍କୁ ନେଇ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାରେ କୃତି ଛତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉଲେଖନୀୟ କାର୍ଯ୍ୟ ନିମନ୍ତେ କେତେକ ସ୍ୱଚ୍ଛ ସାଥି ଓ ସଫାଇ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ନିର୍ବାହୀ ଅଧିକାରୀ ବେହେରା ସଫେଇ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ପକ୍କା ଛାତ ଘର, ଜୀବନ ବୀମା ଆଦି ସମ୍ପର୍କରେ ସୂଚନା ଦେବା ସହିତ ବୁଲା ଗାଈ ଗୋରୁଙ୍କ ନିମନ୍ତେ ଖୁବ ଶୀଘ୍ର ଗୋ ଶାଳା ନିର୍ମାଣ କରି ବୁଲା ଗାଇଙ୍କୁ ସେଠାରେ ପାଳନ କରାଯିବ ବୋଲି କହିଥିଲେ । ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ରଂଜନ ଦାଶ ଓ ପଞ୍ଚାନନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ସ୍ଥାନୀୟ ଏନଏସିର ସମସ୍ତ ସଫେଇ କର୍ମଚାରୀଙ୍କୁ ଅତିଥି ମାନଙ୍କ ସହିତ ବଡା ଖାନରେ ଆପ୍ୟାୟିତ କରାଯାଇଥିଲା ।

0
0
0
s2sdefault