ହେଡଲାଇନସ୍:

ଛେଳି ଚୋର ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବାହାଡ଼ାଝୋଲା ବଡ଼ପଦାସାହିରୁ ଛେଳି ଚୋରି କରୁଥିବା ସମୟରେ ସାହି ଲୋକଙ୍କ ଦ୍ୱାରା ଚୋର ଧରାପଡ଼ିଥିଲା । ଏବଂ ଚୋରକୁ ନେଇ ଓଡ଼ଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ଛେଳି ମାଲିକ ଭଗବାନ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଓଡ଼ଗାଁ ପୋଲିସ ଏକ ଚୋରି ମାମଲା ରୁଜ୍ଜୁ କରି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରଡାପଲ୍ଲୀର ଚନ୍ଦନ ନାୟକ ଓରଫ୍ ରିଙ୍କୁ(୨୨)କୁ ଗିରଫ କରିଥିଲେ । ସୂଚନା ଥାଉକି ପୂର୍ବରୁ ଭଗବାନ ନାୟକଙ୍କ ଘରୁ ୫ ଗୋଟି ଛେଳି କେହି ଚୋରେଇ ନେଉଥିଲା । ତେବେ ଏଥିପ୍ରତି ସଜାଗ ରହିଥିବା ବେଳେ ସୋମବାର ରାତି ଗୋଟାଏ ସମୟରେ ପୁନର୍ବାର ଚୋରି ଉଦ୍ୟମ କରୁଥିବା ବେଳେ ଭଗବାନ ଓ ଗ୍ରାମବାସୀ ମିଳିତ ହୋଇ ଚୋରକୁ ଧରିନେଇଥିଲେ । ପଚରା ଉଚୁରା କରିବା ବେଳେ ଛେଳି ଚୋରିରେ ଅନ୍ୟ ୨ଜଣ ସମ୍ପୃକ୍ତ ଥିବା ଜଣାଯାଇଥିଲା । ଓଡ଼ଗାଁ ପୋଲିସ ତଦନ୍ତ ଚାଲୁ ରଖିଥିବା ବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରୀ ରଖିଥିବା ଜଣାପଡିଛି ।

0
0
0
s2sdefault