ହେଡଲାଇନସ୍:

ପାଇକମାଲ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଦ୍ୱିତୀୟ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ କର୍ମୁ ବିଶ୍ଵାଳ, ସୁରଥ କୁମାର ସାହୁ ଓ ଡୋଳାମଣି ମାହାର ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ବୈଠକରେ ୧୦୫ ଜଣ ଅଭିଭାବକ ଯୋଗଦାନ କରିଥିଲେ। ବିଦ୍ୟାଳୟ ବିକାଶ କମିଟି ର ସଦସ୍ୟ ବିନୋଦ କୁମାର କାଳିଆ, ଟାଇଲ୍ ଚନ୍ଦ୍ର ଭୋଇ ଓ କୁସୁମ କୁମର ରାଓ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟ ର ସୁରକ୍ଷା ଓ ନିରାପତ୍ତା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଜ୍ୟୋତିର୍ମୟୀ ପଟ୍ଟନାୟକ ବିଦ୍ୟାଳୟ ରେ ବାଳିକା ମାନଙ୍କ ପାଇଁ ଥିବା ସମସ୍ତ ପ୍ରକାର ସୁବିଧା ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରଧାନ ଶିକ୍ଷକ ଆସ ସ୍କୁଲ ଯିବା ଅଭିଯାନ, ବିଦ୍ୟାଳୟ ନିରାପତ୍ତା , ମା 'ଙ୍କ ପାଇଁ ଗଛ ଟିଏ, ସ୍ବଚ୍ଛତା ପକ୍ଷ ,ସୁରଭି ୨୦୨୫, ଗଣବେଶ, ଛାତ୍ରବୃତ୍ତି ଓ ଛାତ୍ରଛାତ୍ରୀ ମାନଙ୍କ ଉପଲବ୍ଧି ସମ୍ପର୍କରେ ଅବଗତ କରାଇଥିଲେ। ଅଭିଭାବକ ମାନେ ବିଭିନ୍ନ ଗଠନମୂଳକ ମତାମତ ପ୍ରଦାନ କରିଥିଲେ।ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault