ହେଡଲାଇନସ୍:

୭୯ତମ ଉପଖଣ୍ଡ ସ୍ତରୀୟ ସ୍ଵାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୟପୁର:୩୦.୦୭.୨୦୨୫–ଅଶୋକ ସାହୁ, ଶାସକ ପ୍ରଶାସକ,୭୯ତମ ସ୍ଵାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆକବରମ୍ ସସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ଵାଧିନତା ଦିବସ ଆଡମ୍ବରରେ ଜୟପୁର ଦଶହରା ପଡ଼ିଆରେ ପୂର୍ବାହ୍ନ ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟ ପତାକା ଉତ୍ତୋଳନ କରିବେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ । ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟୁଷ ୫.୦୦ ଘ. ଠାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭.୩୦ଘ. ଠାରୁ ୮.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ । ଘୋଷ ବାଦ୍ୟ ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ସରସ୍ଵତି ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ଵତୀ ମନ୍ଦିର ଔରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା। ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକ ପେରେଡ ଅଭ୍ୟାସ୍ ସମୟରେ ଭଲ ପ୍ରଦର୍ଶନ କରିବେ ନ।ହିଁ ଏହି ଥର ସେହି ଦଳ ମୁଖ୍ୟ କାର୍ଯ୍ୟକ୍ରମ ଦିନ ଭାଗ ନେଇ ପାରିବେ ନ।ହିଁ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳ ରକ୍ଷାର ଦାୟିତ୍ଵ ଦିଆଗଲା । ସମସ୍ତ ଟୃପ, ଉତ୍କଳ ବାଲାଶ୍ରମ ନିବାସର ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶର୍ଯ୍ୟ।ଶାୟୀ ରୋଗୀ ଓ ଉପକଖଣ୍ଡ କାରାଗାର ଜୟପୁରର କଏଦୀ ମନଙ୍କୁ ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି , ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତ୍ତରେ ମିଷ୍ଠ।ନ ଓ ଫଳ ବଣ୍ଟନ କରାଯିବ । ଚଳିତ ବର୍ଷ ଓଡିଆ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା ପ୍ରମୁଖ ପ୍ରତିଯୋଗିତା ହେବ । ସମସ୍ତ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଲୟ, ଜୟପୁର ଠାରେ ଆୟୋଜିତ ହେବ କେବଳ ଚିତ୍ର କଳା ପ୍ରତିଯୋଗିତା ସରକାରୀ ବିକ୍ରମ ଦେବ ଚାରୁ ଓ କଳା ମହା ବିଦ୍ୟାଲୟ, ଜୟପୁର ଠାରେ ହେବ। । ଏଥିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ତା. ୧୫.୦୮.୨୦୨୫ ରିଖ ଦିନ ମୁଖ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ ଓ ଅନ୍ୟାନ୍ୟ ଯେଉଁ ମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି ସେ ମଧ୍ୟ ପୁରସ୍କୃତ କରଯିବ । ପ୍ରାଥମିକ ଚିକିତ୍ସା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିତ୍ସାଳୟ, କୋରାପୁଟ ଜୟପୁରଙ୍କୁ ୧୧.୦୮.୨୦୨୫, ୧୨.୦୮.୨୦୨୫, ୧୩.୦୮.୨୦୨୫ ଓ ୧୫.୦୮.୨୦୨୫ ରିଖ ଦିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଦିନ ପ୍ରାଥମିକ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଟେଣ୍ଟ କରାଯିବ। ପାଇଁ ବ୍ୟବସ୍ତା କର।ଯିବ । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୀ.ଏଚ୍.ଡ଼ି, ଜୟପୁର, ମଞ୍ଚ ସାଜସଜା ନିମନ୍ତେ ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ ବିଭାଗ, ଜୟପୁର, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ଓ ସାମ୍ବାଦିକ ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଟୃପ ବେରିକେଡ଼ିଂ କରିବା ଦାୟିତ୍ଵ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ )ଙ୍କୁ ଦିଆଗଲା ।
ଏହି ବୈଠକରେ ମଞ୍ଚାସୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶକ୍ତି ମହାପାତ୍ର, ଅତିରିକ୍ତ ତହସିଲଦାର ଚିତରଞ୍ଜନ ପଟନାୟକ, ଭାରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ଶଚିନ୍ଦ୍ର ପ୍ରଧାନ ସଦର ପୁଲିସ, ଓ ଅନ୍ୟାନ୍ୟ ଜୟପୁର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ,ସହକାରୀ ଅଗ୍ନିଶମ ଅଧିକାରୀ ଜୟପୁର ଶ୍ରୀ ସୁରେଶ କୁମାର ବାରିକ, NCC ଅଧିକାରୀ Cpt. ଡ. ଲକ୍ଷ୍ମଣ ପାତ୍ର, ଶ୍ରୀ ନିରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଆୟୋଜନ କମିଶନର ସ୍କାଉଟ, କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ଗଣମାଧ୍ୟମର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ ଶେଷରେ କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ ଜୟପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault