ହେଡଲାଇନସ୍:

 ସାଇକେଲରେ ଯାଇ ଅଭିଯୋଗ ଶୁଣାଣୀ କଲା ପ୍ରଶାସନ :  ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ସୃଷ୍ଟି କରିବାରେ ନିଆରା ପଦକ୍ଷେପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯିଏ ଯାହା କହୁ ପଛେ, କିଏ ଏହାକୁ ପ୍ରଶାସନର ଦିଖାଵା ବୋଲି କହିପାରନ୍ତି ....ହେଲେ ଯାଜପୁର ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ ନିହାତି ଭାବେ ସମୟୋପଯୋଗୀ ତଥା ଲୋକାଭିମୁଖୀ ପଦକ୍ଷେପ ନିଶ୍ଚିତ ଭାବେ ...ଆଉ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା ସୃଷ୍ଟି କରିବାରେ ନିଶ୍ଚିତ ସହାୟକ ହେବ ।  ଆଉ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବାସ୍ତବିକ ପ୍ରଶଂସାର ହକଦାର । 

 
ଯାଜପୁର/Jaysankar Dash : ପ୍ରଶାସନ ଲୋକଙ୍କ ସାଥିରେ  ଅଛି ।  ସେମାନଙ୍କ ସମସ୍ୟାର ସମାଧାନ ଓ ତୁରନ୍ତ ସୁବିଧା ପ୍ରଦାନ ପାଇଁ ମଧ୍ୟ ଅଭିଯୋଗ ଶୁଣାଣୀ ଶିବିରର ଆୟୋଜନ କରାଯାଇଛି ।  ତେବେ ସାଇକେଲରେ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ତାହାର ସମାଧାନ ପାଇଁ ପ୍ରଚେଷ୍ଟା କରିବା ଏକ ସୁଖଦ ଓ ଅଭିନବ ପଦକ୍ଷେପ ବୋଲି କହିଛନ୍ତି  ଜିଲ୍ଲାପାଳ ରଂଜନ କୁମାର ଦାସ । 

ଯିଏ ଯାହା କହୁ ପଛେ, କିଏ ଏହାକୁ ପ୍ରଶାସନର ଦିଖାଵା ବୋଲି କହିପାରନ୍ତି ....ହେଲେ ଯାଜପୁର ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ ନିହାତି ଭାବେ ସମୟୋପଯୋଗୀ ତଥା ଲୋକାଭିମୁଖୀ ପଦକ୍ଷେପ ନିଶ୍ଚିତ ଭାବେ ...ଆଉ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା ସୃଷ୍ଟି କରିବାରେ ନିଶ୍ଚିତ ସହାୟକ ହେବ ।  ଆଉ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବାସ୍ତବିକ ପ୍ରଶଂସାର ହକଦାର । 

 ସୋମବାର ସକାଳ ୭ ଘଟିକା ସମୟରେ ସ୍ଥାନୀୟ ସର୍କିଟ୍ ହାଊସ ଠାରୁ ବାହାରି ଥିଲେ ଜିଲ୍ଲାପାଳ ଶ୍ରୀ ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ, ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ତଥା ବି.ଡି.ଓ. ଲକ୍ଷ୍ମୀକାନ୍ତ ମିଶ୍ର, ଡେପୁଟୀ କଲେକ୍ଟର ଇନ୍ଦିରା ବେହେରା, ସହକାରୀ ଜିଲ୍ଲାପାଳ  ରାଜଲକ୍ଷ୍ମୀ ନାୟକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ।  ସମସ୍ତେ ଗୋଟିଏ ଗୋଟିଏ ସାଇକେଲରେ ଯାଇଥିଲେ ରସୁଲପୁର ବ୍ଲକକୁ  ।  ଯେଊଁଠାରେ ଥିଲା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ।  ସର୍କିଟ୍ ହାଊସରୁ ବାହାରି ଏହି ସାଇକେଲ ଯାତ୍ରୀ ମାନେ ବରୁଆଁ , ହରିପୁର ପଞ୍ଚାୟତ ଅପିଂସ,  ମୁଗୁପାଳ ପଞ୍ଚାୟତ ଅପିଂସ ଓ କୁଆଖିଆ ଚ୍ଥକ ଠାରେ ରହି ସାଧାରଣ ଜନତାଙ୍କ ଅଭିଯୋଗ ଓ ସମସ୍ୟାକୁ ଶୁଣି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ।  ପରେ ରସୁଲପୁର ବ୍ଲକରେ  ପହଞ୍ଚି ଅଭିଯୋଗ ଶୁଣାଣୀକୁ ସଂଚାଳନ କରିଥିଲେ  ଜିଲ୍ଲାପାଳ  ଶ୍ରୀ ଦାସ ।  ଏହା ଏକ ଊତ୍ତମ ପଦକ୍ଷେପ ।  ଏହାଦ୍ୱାରା ଲୋକଙ୍କ ସହ ଭାବାବେଗ ଦୃଢ ହେବା ସହ କଣ ସମସ୍ୟା ରହିଛି ତାହା ଜାଣି ଶିଘ୍ର ସମାଧାନ କରାଯାଇ ପାରିବ ।  ସେହିପରି ପ୍ରଦୂଷଣ  ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ  ଓ ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ ।  ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଏହି ସାଇକେଲ ଆରୋହୀ ମାନଙ୍କୁ ସ୍ୱାଗତ କରିବା ସହ ପ୍ରଶାସନର ଏହି ଊଦ୍ୟମକୁ ପ୍ରଶଂସା କରିବ ଆଗକୁ ଏହା ଜାରି ରଖିଲେ ଖୁବ୍ ଭଲ ହେବ ବୋଲି କହିଚ୍ଥନ୍ତି ।   ଏହି ଶୁଣାଣିରେ  ମୋଟ ୧୬୫ ଗୋଟି ଅଭିଯୋଗ  ମଧ୍ୟରୁ  ୧୪୪ ଗୋଟି ବ୍ୟକ୍ତିଗତ, ୦୬ ଗୋଟି ସାମୁହିକ,  ରେଡକ୍ରସ ସହାୟତା  ପାଇଁ ୦୯ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା  ସହାୟତା ପାଇଁ  ୩୪,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ସହାୟତା ପାଇଁ ୦୬ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ  ସେମାନଙ୍କୁ ୪୦,୦୦୦/-  ଟଂକା  ପ୍ରଦାନ କରାଯାଇଥିଲା ।  ଶିବିରରେ ସଂଗେସଂଗେ  ୭୩ ଟି ଅଭିଯୋଗର ସମାଧାନ କରାଯାଇଥିଲା । ଯେଊଁମାନେ ଆର୍ଥିକ ସହାୟତା ପାଇଁ ଆବେଦନ କରୁଛନ୍ତି  ସେମାନେ ଚଳିତ ବର୍ଷର ରୋଜଗାର ପ୍ରମାଣପତ୍ର ପ୍ରଦାନ କରିବେ ।  ଆସନ୍ତା  ୨୦ ତାରିଖରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୭ ତାରିଖରେ ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣି  ଓ  କୃଷି ସମାଧାନ  ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ  ପ୍ରକାଶ ।

0
0
0
s2sdefault