ହେଡଲାଇନସ୍:

ବାଇକ ସହ ୩ କେଜି ଗଞ୍ଜେଇ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ଜଣଙ୍କ ଠାରୁ ବାଇକ ସହ ୩ କେଜି ଗଂଜେଇ ଜବତ କରି ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରିଛି| ରାମପୁର ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟାରେ ରାମପୁର ଥାନା ର ଏକ ପୋଲିସ ଟିମ କୌଣସି ସୁତ୍ରରୁ ଖବର ପାଇଁ ରାମପୁର ରାସ୍ତାର କେନାଲ ଛକ ଠାରେ ଏକ ବାଇକ ଆରୋହୀକୁ ସନ୍ଧେହ କରି ଅଟକାଇ ଥିଲେ |ବାଇକ ଡ଼ିକି ରୁ ୩ କେଜି ଗଂଜେଇ ଜବତ କରିଥିଲେ |ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ବାଘମୁନା ଗ୍ରାମର ରମେଶ ଗୁରୁ ବୋଲି ଜଣାପଡିଛି।ଥାନାରେ ରମେଶ କୁ ଅଟକ ରଖି ବାଇକ, ଏକ ମୋବାଇଲ ଓ ନଗଦ ଏକ ହଜାର ଟଙ୍କା ଜବତକରିବା ସହ ଥାନାରେ ଏକ ମାମଲା ରଜୁ ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପଦ୍ମାସିନୀ ମେହେର ପ୍ରକାଶ କରିଛନ୍ତି ।

0
0
0
s2sdefault