ରାୟଗଡ- ୨୮/୦୭, ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ଶୁଭାରମ୍ଭ କରିବା ସହ ମହାବିଦ୍ୟାଳୟ ର ନୀତି ନିୟମ , ବିଦ୍ୟାର୍ଥୀ ଜୀବନ ରେ ଶୃଙ୍ଖଳା ର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ତାଙ୍କର ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ପାଇଁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟ ସମସ୍ତ ବିଭାଗର ମୁଖ୍ୟ , ପରୀକ୍ଷା ନିୟନ୍ତ୍ରକ ୱାଇ. ଭି ସାଇ ମାଧବ, ପ୍ରଶାସନିକ ଅଧ୍ୟକ୍ଷ ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, କୋଷାଧ୍ୟକ୍ଷ ସୁବ୍ରତ କୁମାର ପ୍ରଧାନ , ଏକାଡେ଼ମିକ୍ ଅଧିକ୍ଷକ ଡ଼. ଅଜୟ ରଇତ, +୨ ଆଡ଼ମିଶନ ସଂଯୋଜକ ଟୁବଲ ବେନିଆ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ପ୍ରଥମେ ବିଭାଗୀୟ ମୁଖ୍ୟ ମାନେ ନିଜ ବିଭାଗ ଓ ବିଭାଗର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପରିଚୟ କରାଇବା ସହ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଜୀବନରେ ଭଲ ମଣିଷ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।
ରାଜନୀତି ବିଜ୍ଞାନ ର ବିଭାଗୀୟ ମୁଖ୍ୟ ପି ଅରୁଣ କୁମାର ତାଙ୍କର ବକ୍ତବ୍ୟରେ ସଫଳତା ପାଇବା ପାଇଁ ନିଷ୍ପତି, ନିର୍ଣ୍ଣୟ ଓ ଶୃଙ୍ଖଳାର ତିନୋଟି ମନ୍ତ୍ରର ଆବଶ୍ୟକତା ବୋଲି ମତପ୍ରକାଶ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ସ୍ୱରୂପ କଲମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗୀୟ ମୂଖ୍ୟ ଲେଫ୍ଟନାଣ୍ଟ ଉଦୟ ନାଏକ ପରିଚାଳନା କରିଥିଲେ । ପ୍ରକାଶ ମାଣ୍ଡାଙ୍ଗୀ, ଭି ଶ୍ରୀକାନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନୂତନ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 11