ଘୁ.ଉଦୟଗିରି(ଅବନୀକୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟକୁ ଅଞ୍ଚଳବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଶନିବାର ହାତୀ ଆକ୍ରମଣରେ ମାଲାନଶୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ ଦଳି ଚକଟି ଖଣ୍ଡ ବିଖଣ୍ଡ କରି ମାରିଥିବା ବେଳେ ଆଜି ଭୋର୍ ସକାଳ ମଧ୍ୟ କାକାମାହା ଗ୍ରାମର ପଞ୍ଚୁ ପ୍ରଧାନଙ୍କ ପାଳ ଗଦା ତଳେ ଦୁଇଟି ଗାଇ ବନ୍ଧା ହୋଇଥିବା ବେଳେ ଗୋଟିଏ ଗାଈ କଚାଡି ମାରିଥିଲା ହାତୀ । ଏହି ହାତୀ ଆକ୍ରମଣରେ ଆଜକୁ ଦୁଇ ଜଣ ମଣିଷ ଓ ଦୁଇରୁ ଉର୍ଦ୍ଧ୍ୱ ଗାଇ ମରିସାରିଲେଣି । କିନ୍ତୁ ଆଜି ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନାହିଁ l ଏହାର ସ୍ଥାୟୀ ପ୍ରତିକାର ପାଇଁ ଆଜି ଘୁ ଉଦୟଗିରି ଅଞ୍ଚଳବାସୀ ଏକତ୍ର ହୋଇ ଘୁ ଉଦୟଗିରି ବନାଞ୍ଚଲ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଶତାଧିକ ମହିଳା ପୁରୁଷ ଏକତ୍ର ହୋଇ ଏସିଏଫ୍ କାଜଲ ନାୟକଙ୍କୁ ମୌଖିକ ଅଭିଯୋଗ କରିଥିଲେ ଜିଲ୍ଲା ବନାଞ୍ଚଳ ଅଧିକାରୀ (ଡିଏଫଓ) ଆସନ୍ତୁ ଓ ଆଲୋଚନା କରନ୍ତୁ ବୋଲି ଜିଦ ଧରି ଥିଲେ । ଫୋନ ଯୋଗେ ମଧ୍ୟ ଯୋଗାଯୋଗ କରି ଥିଲେ l କିନ୍ତୁ ଜିଲ୍ଲା ଅଧିକାରୀ ଜନସାଧାରଣଙ୍କ ଦାବିକୁ ଅଣଦେଖା କରି ଆସିନ ଥିବା କହିଛନ୍ତି ଅଞ୍ଚଳ ବାସୀ । ତାଙ୍କ ପ୍ରତିବଦଳରେ ଘୁ ଉଦୟଗିରି ଆଦର୍ଶ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ଏସଡିପିଓ ବିଜୟ କୁମାର୍ ବିଶି, ତହସିଲଦାର ରଞ୍ଜନ କୁମାର୍ ସାହୁ, ରାଇକିଆ ରେଞ୍ଜର ଯୁଧିଷ୍ଟିର ବେହେରା, ଟିକାବାଲି ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ, ଆନିମାଲ୍ ଏକ୍ସପୋର୍ଟ ଓ ଫୁଲବାଣୀ ରେଞ୍ଜର ସମେତ ଫରେଷ୍ଟ ଟିମ୍ ଆସି ଆଲୋଚନା କରିଥିଲେ । ଆଲୋଚନାରେ କୌଣସି ସମାଧାନର ପନ୍ଥା ବାହାରି ନ ଥିଲା ବେଳେ ଅନେକ ବିଷୟ ଆଲୋଚନା ହୋଇଥିଲା । ସେପଟେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ମଧ୍ୟ ଆସିଥିଲେ । ଦୀର୍ଘ ସମୟ ଆଲୋଚନା ପରେ କୌଣସି ସମାଧାନର ପନ୍ଥା ବାହାରିଲା ନାହି । ସନ୍ଧ୍ୟା ୮ ପର୍ଯ୍ୟନ୍ତ କୌଣସି ସମସ୍ୟା ସମାଧାନ ହୋଇ ପାରିଲା ନାହିଁ ।ଶେଷରେ ଡିଏଫଓଙ୍କୁ ଏସଡିପିଓ ଫୋନ୍ କରି ସର୍ବ ସମ୍ମୁଖରେ କଥା ହେଇଥିଲେ କିନ୍ତୁ ସେ ଦେହ ଖରାପ ବୋଲି କହିଥିଲେ l ହେଲେ ଅନ୍ୟ ଅଧିକାରୀ ଓ ଷ୍ଟାଫ୍ ରହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ସୂଚନା ଦେଇ ଥିଲେ । ସେପଟେ ସାଧାରଣ ଜନତା ଏହି ନିଷ୍ପତି ମାନିବାକୁ ନାରାଜ ହେବା ପରେ ପୁଣିଥରେ ଆଲୋଚନା ମଧ୍ୟରେ କଥା କଟାକଟି ହୋଇଥିଲା l ଶେଷରେ ବନବିଭାଗକୁ ୭ ଦିନ ମଧ୍ୟରେ ହାତୀ ଅଞ୍ଚଳରୁ ଘଉଡାଇବା ପାଇଁ ସମୟ ସୀମା ଦେଇଥିଲେ ଅଞ୍ଚଳ ବାସୀ । ଅନ୍ୟ ପକ୍ଷରେ ବନବିଭାଗ ମଧ୍ୟ ଚେଷ୍ଟା କରି ହାତୀ ଅନ୍ୟତ୍ର ଘଉଡ଼ାଇବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ ଅଞ୍ଚଳର ଲୋକ ନିଜ ନିଜ ଘରକୁ ଫେରି ଥିଲେ । ତେବେ ସମସ୍ୟାର ସମାଧାନ ନ ହେଲା ପୁଣି ଥରେ ଆନ୍ଧଳନକୁ ଉଲ୍ଲେଇବା ସହିତ ଘେରାଉ ପୁଣି ଥରେ କରାଯିବ ବୋଲି ଚେତାବନୀ ଦେଇ ଛନ୍ତି । ଏହି ଘେରାଉରେ ଯୁବନେତା ଗଗନ କୁମାର ପ୍ରଧାନ, ଯୁବସମାଜସେବି ଆମନ ଚନ୍ଦ୍ର ନାୟକ, ସମାଜସେବୀ ଶଶ୍ମିତା ମଲିକ, ଭୀମଆର୍ମି ସଂଗଠନର ସଦସ୍ୟ ଫିରୋଜ ଦିଗାଲ ନେତୃତ୍ୱ ନେଇ ଥିବା ବେଳେ ବିଭିନ୍ନ ପଂଚାୟତରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଅଞ୍ଚଳ ବାସୀ ଯୋଗ ଦେଇ ଥିଲେ l ଯଦି ପ୍ରଶାସନ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବାରେ ବିଫଳ ହୁଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଯୁବନେତା ଗଗନ କୁମାର ପ୍ରଧାନ ଚେତାବନୀ ଦେବା ସହ ଏହି ଯଥା ସମ୍ଭବ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବୀ କରିଛନ୍ତି l ସେହି ପରି ଡିଏଫଓଙ୍କ ଘୁ.ଉଦୟଗିରି ରେଞ୍ଜର କାର୍ଯ୍ୟାଳୟକୁ ନ ଆସିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ହାତୀକୁ ତ୍ରାଙ୍କୁଲାଇସ କରି ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଯୁବସମାଜ ସେବି ଆମନ ଚନ୍ଦ୍ର ନାୟକ l ଆଜି ସମଗ୍ର ବ୍ଲକର ବାସିନ୍ଦା ଧନଜୀବନକୁ ସୁରକ୍ଷା ପ୍ରଦାନ ପାଇଁ ପ୍ରଶାସନକୁ ଗୁହାରି କରିଥିଲେ l କିନ୍ତୁ ପ୍ରଶାସନ ତାଙ୍କର ଗୁହାରି ଶୁଣିବା ବଦଳରେ ଅଣଦେଖା କରିଛି l ଘଟଣା ସ୍ଥଳକୁ ଡିଏଫଓ ନ ଆସିବା ଏହାର ଜ୍ୱଳନ୍ତ ଉଢାହରଣ ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଶାଖା କୋଡିନେଟର ଶସ୍ମିତା ମଲିକ l
ରାଜ୍ୟ
ଘୁ.ଉଦୟଗିରିରେ ହାତି ଉପଦ୍ରଵ ଓ ଆକ୍ରମଣକୁ ନେଇ ରେଞ୍ଜର କାର୍ଯ୍ୟାଳୟ ଘେରିଲେ ଅଞ୍ଚଳ ବାସୀ..
- Hits: 10