ହେଡଲାଇନସ୍:

 ବିଜେଡି ଲେବର ଫ୍ରଣ୍ଟ ନେତ୍ରୀଙ୍କ ବିରୋଧରେ ଅଭିଯୋଗ,  ବିଭିନ୍ନ ସେବା ଦେବେ କହି ନେଇଛନ୍ତି ଟଙ୍କା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଫ୍ରଣ୍ଟ ଜନ୍ମ ହେବାର ଦି ଦିନ ଯାଇନି.....ଫ୍ରଣ୍ଟ ନେତ୍ରୀଙ୍କ ପାଇଁ ବିଜେଡି ଵ୍ୟାକଫୂଟରେ

ସଂଯୁକ୍ତା କହିଲେ : ମୋ ବିରୋଧରେ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ

କହିଲେ ଶ୍ରମିକଙ୍କଠୁ ତାଙ୍କ ଆଦାୟ କରୁଛି ଜଣେ ପୋଲିସ କନେଷ୍ଟବଳ 

ଅଭିଯୁକ୍ତ କନେଷ୍ଟବଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସଂଯୁକ୍ତା

 

ଭୁବନେଶ୍ୱର - ବିଜୁ ଜନତା ଦଳ ଲେବର ଫ୍ରଣ୍ଟ ନବୀନ ବାବୁ ନାହି ନୋଲ କାଟି ରବିବାର ଜନମ ଦେଇଛନ୍ତି କି ନାହିଁ, ଦୁଇ ଦିନ ନପୂରୁଣୁ ଫ୍ରାନ୍ତ୍ର ନେତ୍ରୀ  ଓଡ଼ିଶା ନିର୍ମାଣ ମଜଦୁର ସଭାର ସମ୍ପାଦିକା ତଥା ବିଜୁ ମହିଳା ଦଳର ଉପସଭାନେତ୍ରୀ ସଂଯୁକ୍ତା ମହଲଙ୍କ ବିରୋଧରେ କିଛି ମହିଳା ଆଣିଛନ୍ତି ଗୁରୁତର ଅଭିଯୋଗ ।  ଲୋକଙ୍କୁ ଲେବର କାର୍ଡ଼ କରାଇ ଦେବାକୁ କହି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା, ବାଣପୁର ଓ ବାଲୁଗାଁ ଅଂଚଳର ଲୋକଙ୍କ ଠାରୁ ବିବିନ୍ନ ବାବଦରେ ପଇସା ନେଇଥିବା ଅଭିଯୋଗ ଆଣି କିଛି ଲୋକ ଏହି ଘଟଣାର ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ କରାଯିବା ସହ କାର୍ୟ୍ୟାନୁଷ୍ଠାନ ନେବା ଲାଗି କ୍ଷତିଗ୍ରସ୍ତ ନିର୍ମାଣ ଶ୍ରମିକ ସମିତି ଦାବି କରିଥିବା ବେଳେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦିଆଯିବ ବୋଲି କ୍ଷତିଗ୍ରସ୍ତ ଶ୍ରମିକ ମାନେ କହିଛନ୍ତି।

ସେମାନେ କରିଥିବା ଅଭିଯୋଗରେ ବିଭିନ୍ନ ବାବଦରେ ଶ୍ରୀମତୀ ମହଲ ନେଉଥିବା ତାଙ୍କର ରେଟ ଚାର୍ଟର ବିବରଣୀ ଦେଇଛନ୍ତି । ଲେବର କାର୍ଡ଼ କରାଇବା ନାମରେ ଜଣକ ପିଛା ୪୦୦ରୁ ୫୦୦ ଟଙ୍କା ଓ ବାର୍ଷିକ ପଞ୍ଜିକରଣ ନିମନ୍ତେ ୨୦୦ ଟଙ୍କା ତଥା ସାଇକେଲ୍ ଯୋଗାଇଦେବା ନିମନ୍ତେ ୭୦୦ଟଙ୍କା ସହ ମୃତ୍ୟୁଜନିତ କେସରେ ୨୫ ହଜାର ଟଙ୍କା ନେଇଥିଲେ । ସାଇକେଲ୍ ଓ ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇଦେବା ନାମରେ ଗୋଟିଏ ଜାଲ୍ ରସିଦ୍ ଦେଇଥିଲେ । ମାତ୍ର ଉକ୍ତ ଠିକଣାରେ ଦୋକାନ ବା ଷ୍ଟୋର ନଥିଲା । ତାହାକୁ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ୟ୍ୟାଳୟରେ ଦେଇ ଏହି ସମ୍ପୂର୍ଣ୍ଣ ଅର୍ଥକୁ ହରିଲୁଟ୍ କରୁଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ପାଇଁ ଏକ ପତ୍ର ଦିଆଯାଇଥିଲେ ମଧ୍ୟ ତାହା ଉପରେ କୌଣସି କାର୍ୟାନୁଷ୍ଠାନ ଆଜି ପର୍ୟ୍ୟନ୍ତ ନିଆଗଲା ନାହିଁ । ଅନ୍ୟପକ୍ଷରେ ସମ୍ପୃକ୍ତ ନେତ୍ରୀ ନିଜକୁ ଜଣେ ଟାଣୁଆ ରଜେନତ୍ରୀ କହିବା ସହ ସେମାନଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ  କରିଛନ୍ତି ଠକେଇର ଶିକାର ହୋଇଥିବା ହିତାଧିକାରୀ ମମତା ନାୟକ, ବୁଲି ଦେଇ, ଟୁନୁ ସାହୁ, ରତନ ପ୍ରଧାନ, ଶଶିଲେଖା ସ୍ୱାଇଁ, ଗୀତାଞ୍ଜଳି ପ୍ରଧାନ, ରୀନା ପରିଡ଼ା ।

ହେଲେ ଅଭିଯୋଗକୁ ସମ୍ପୂର୍ଣ ଅସ୍ୱୀକାର କରିଛନ୍ତି ଶ୍ରୀମତୀ ମହଲ । ସେ କହିଛନ୍ତି ମୋ ନାମକୁ ବଦ୍ନାମ କରିବାର ଉଦ୍ୟମ କରୁଛନ୍ତି କିଛି ଲୋକ । ଇଣ୍ଡିଆନ ରୀସାର୍ଵ ବାଟାଲିଅନରେ କାମ କରୁଥିବା ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ମୋ ନାଁରେ ତାଙ୍କ ଆଦାୟ କରିଥିବା ଖବର ମୁ ପାଇଥିଲି । ଏ ଅଭିଯୋଗ ପାଇବା ପରେ ମୁଁ ତା ବିରୋଧରେ ପୋଲିସ ମହାନିର୍ଦେଶକ ଓ ଅତିରିକ୍ତ ମହାନିର୍ଦେଶ ବି ରାଧିକା ମ୍ୟାଡମ୍ଙ୍କ ଜଣାଇଛି । ସେ ଲୋକ କୋରାପୁଟରେ ଚାକିରୀ କରିଥିବା ବେଳେ କେମିତି ଆସି ମୋ ନାଁରେ ଶ୍ରମୀକଙ୍କଠୁ ପଇସା ଆଦାୟ କରୁଛି ଜାଳି ରସିଦ ଦେଇ ତାହାର ପ୍ରମାଣ ମଧ୍ୟ ମୁ ଦେଇଛି । ହେଲେ ଆଜି କିଛି ଲୋକ ଅଭିଯୋଗ କଲାପରେ ଆପଣମାନଙ୍କ ଠାରୁ ମୁ ଏ ସବୁ ଜାଣିଛି । ମୁଁ ଗରିବ ଶ୍ରମିକଙ୍କ ପାଇଁ ଲେବର କାର୍ଡ କରିଥାଏ । ଆମେ ୪୦୦୦୦ ଆବେଦନ ସବୁ ସଂଗଠନ ମିଶି ପଠାଇଛୁ । ପଂଚାୟତ ନିର୍ବାଚନ ପଡିବା ଯୋଗୁ ୧୮୦୦୦ ଶ୍ରମିକଙ୍କ କାର୍ଡ ଆସିପାରିନାହିଁ । ଆମେ ସବୁ ସଂଗଠନ ମିଶି ଏଥିପାଇଁ ବିକ୍ଷୋଭ କରିଛୁ ।ଖୁବ ଶୀଘ୍ର କରିଦେବେ ବୋଲି ପ୍ରତିଶ୍ରୁତି ମିଳିଛି । ହେଲେ ଶ୍ରମିକଙ୍କ ଠାରୁ ମୁ କାର୍ଡ ପାଇଁ ପଇସା ନେଉଛି ବୋଲି ଯେଉଁ ଅଭିଯୋଗ ଆସିଛି, ତାହା ମିଛ । ଶ୍ରମିକଙ୍କ ଠାରୁ ମୋ ନାମରେ ବା ମୋତେ ବଦ୍ନାମ କରିବା ପାଇଁ ଯିଏ ଉଦ୍ୟମ କରିଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁ ଦାବି କରୁଛି ।   

 ହେଲେ ସଂଯୁକ୍ତା କରିଥିବା ଅଭିଯୋଗ ଉପରେ କନେଷ୍ଟବଲ ପ୍ରଦୀପ ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନାହିଁ ! ହେଲେ ସଂଯୁକ୍ତାଙ୍କ ଅଭିଯୋଗ ଉପରେ ପୋଲିସ ଉଚ୍ଚ କର୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ତାହା ବି ଏବେ ପ୍ରଶ୍ନବାଚୀ ! କୌଣସି ପୋଲିସ ଉଚ୍ଚ ଅଧିକାରୀ ତାଙ୍କୁ ଘଣ୍ଟା ଘୋଡଉନାହାନ୍ତି ତ !!!!! ସଂଯୁକ୍ତା ନିଜକୁ ସୁରକ୍ଷା ଦେବାପାଇଁ ମିଛ କହୁନାହଁନ୍ତିତ !!! ଅଭିଯୋଗକାରୀ ମାନେ କୌଣସି ରାଜନୈତିକ ଦଳର ହାତବାରିସୀ ହୋଇ ଏଭଳି ଅଭିଯୋଗ ଆଣଇନାହାନ୍ତି ତା !!!!!!!!!

0
0
0
s2sdefault