ହେଡଲାଇନସ୍:

କିଏ ସେହି ବାହୁବଳୀ ବିଧାୟକ, ଯାହାର ଚାପରେ ପ୍ରଶାସନ ନିରବଦ୍ରଷ୍ଟା !!!!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଇକୋର୍ଟଙ୍କ ଅର୍ଡରକୁ ବାସି ପାଣିରେ ପଚାରୁନି ସଂଘ

ବୋର୍ଡ ଅଫ ରେଭେନ୍ୟୁ ନିର୍ଦେଶ ଉପରେ ପରିଶ୍ରା କରୁନି

ପ୍ରଶାସନ ପୋଲିସ ନିରବଦ୍ରଷ୍ଟା : ଚାଲିଛି ଦାଦାଗିରି ଓ ଆଦାୟ ହେଉଛି ଚାନ୍ଦା । 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ବସ ମାଲିକ ସଂଘ ଓ ଅନ୍ୟମାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା(ଆର୍ଏଫ୍ ନଂ-୧୯୧/୨୦୦୪)ର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶନାମା ଜାରି କରାଯାଇଥିଲା, ଯେଉଁଥିରେ ସଂଘ, ତାଙ୍କର ପ୍ରତିନିଧି, ସଭ୍ୟ କିମ୍ବା କର୍ମଚାରୀମାନେ ବାରିପଦା ଘରୋଇ ବସଷ୍ଟାଣ୍ଡରେ ଯିବାଆସିବା କରୁଥିବା ବସ ମାଲିକମାନଙ୍କ ନିକଟରୁ କୌଣସି ପ୍ରକାରର ଚାନ୍ଦା କିମ୍ବା ଦେୟ ନାମରେ ଅର୍ଥ ଆଦାୟ କରିପାରିବ ନାହିଁ । ଉକ୍ତ ଆଦେଶନାମାର ପ୍ରଥମ ଅପିଲ ଫଏସଲା ପର୍ଯ୍ୟନ୍ତ ବଳବତ୍ତର ରହିବା ପାଇଁ ନିଦେ୍ର୍ଧଶ ରହିଥିଲା । ଏହାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ଆଡ଼ଭୋକେଟ ଜେନେରାଲ ପକ୍ଷରୁ ମୟୂରଭଞ୍ଜ ଜିଲାପ୍ରଶାସନ ନିକଟକୁ ସ୍ୱତନ୍ତ୍ର ପତ୍ରସଂଖ୍ୟା (୧୯୮୭୬/୨୧.୦୫.୨୦୧୩ ମାଧ୍ୟମରେ ଅବଗତ କରାଇବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବିଧିବଦ୍ଧ ଭାବେ ବିଜ୍ଞାପ୍ତି ପ୍ରକାଶ କରିଥିଲେ । ଏଥି ସହିତ ମୟୂରଭଞ୍ଜ ବସ ମାଲିକ ସଂଘକୁ ଏକ ଫେକ ସଂଘ ବୋଲି ଉଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିଲେ । ମାତ୍ର ପରବର୍ତ୍ତି ସମୟରେ ଜିଲାପ୍ରଶାସନ ଓ ମୟୂରଭଞ୍ଜ ବସ ମାଲିକ ସଂଘ ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ  ଫୁ---- ମାରି ମେରୀ ରାୟ ନୀତିରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ତେଣୁ ଏବେ ଜିଲ୍ଲା ପ୍ରଶାସନ ଓ ପୋଲିସ ଚୁପ ରହିବା ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚା ।  କିଏ ସେହି ବାହୁବଳୀ ବିଧାୟକ, ଯାହାର ଛାତ୍ରଛାୟା ତଳେ ଏହିଭଳି ବେଆଇନକାମ ଚାଲିଥିବା ସତ୍ତ୍ୱେ ପ୍ରଶାସନ ନିରବଦ୍ରଷ୍ଟା !!!!!!!!!!

          ବାରିପଦା ଘରୋଇ ବସଷ୍ଟାଣ୍ଡ ମୁଖ୍ୟତଃ ମୟୂରଭଞ୍ଜ ଓ ବାରିପଦା ଘରୋଇ ବସ ମାଲିକ ସଂଘର ନିୟନ୍ତ୍ରଣରେ ରହିଆସିଛି । ବାରିପଦା ବସ ମାଲିକ ସଂଘ ପଞ୍ଜିକୃତ ସଂଘ ହୋଇଥିବା ବେଳେ ମୟୂରଭଞ୍ଜ ବସ ମାଲିକ ସଂଘ ଅଣ ପଞ୍ଜିକୃତ ସଂଘ ଅଟେ । କିନ୍ତୁ ମୟୂରଭଞ୍ଜ ବସ ମାଲିକ ଆସୋସିଏସନର କର୍ମକର୍ତ୍ତା ଶାସକ ବିଜେଡ଼ି ଦଳର ନେତା ହୋଇଥିବାରୁ ଏବଂ ଶାସକ ଦଳର ଏକ ବିଧାୟକଙ୍କ ଛତ୍ରଛାୟା ତଳେ ରହିଆସିଥିବା କାରଣରୁ ଆଞ୍ଚଳକ ପରିବହନ ବିଭାଗ ସହିତ ପ୍ରଶାସନ ଏହି ଅଣପଞ୍ଜିକୃତ ସଂଘକୁ ସମସ୍ତ ନୀତି ନିୟମ ଓ ଆଇନ କାନୁନକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ପ୍ରାଧାନ୍ୟ  ଦେବା ବାରିପଦା ଘରୋଇ ବସଷ୍ଟାଣ୍ଡରେ ଅଶାନ୍ତର ବାତାବରଣ ସୃଷ୍ଟି କରାଇବାର ମୁଖ୍ୟ କାରଣ ପାଲଟିଯାଇଛି । ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଦାଦାଗିରି ଓ ଜୁଲୁମର ଶିକାର ହେଉଛନ୍ତି ବସ ମାଲିକମାନେ । ବାରିପଦା ଘରୋଇ ବସଷ୍ଟାଣ୍ଡରେ ମାରପିଟ, ବେଆଇନ ଭାବେ ଚାନ୍ଦା ଆଦାୟ, କୌଣସି କାରଣ ନ ଥାଇ ବସକୁ ଅଟକ ରଖିବା ସହିତ ଷ୍ଟାଣ୍ଡରେ ଲୁଡ଼ିଂ ଓ ଅନଲୁଡ଼ିଂ ନ ଦେବା ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି । ପୁଣି ରାଜ୍ୟ ସରକାର ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଇଥିବା ବେଳେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଚଳାଚଳ କରୁଥିବା ବସଗୁଡ଼ିକର ସମୟ ନିର୍ଘଣ୍ଟ ଯାଞ୍ଚ ନାମରେ ବାରିପଦା ସହରର କେସି ସାର୍କଲ ସହିତ ୧୮ ନମ୍ବର ଜାତୀୟ ରାଜପଥର ବେତନଟୀ, ବୈଶିଙ୍ଗା ଆଦି ବସ ଷ୍ଟପରେ ବସଗୁଡ଼ିକ ନିକଟରୁ ବେଆଇନ ଅର୍ଥ ଆଦାୟ କରାଯାଉଛି, ବସର କର୍ମଚାରୀମାନଙ୍କୁ ଗାଳିଗୁଲଜ, ଧମକଚମକ ଦିଆଯାଉଛି, ଯାତ୍ରୀମାନଙ୍କୁ ସ୍ଥଳ ବିଶେଷରେ ବସଗୁଡ଼ିକରେ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ଯାତ୍ରୀମାନଙ୍କର ସ୍ୱାର୍ଥ ଏଠାରେ ବନ୍ଧାପଡ଼ି ଯାଇଥିବା ବେଳେ ଆଞ୍ଚଳିକ ପରିବହନ ବିଭାଗ ଓ ପ୍ରଶାସନ ଧୃତରାଷ୍ଟ୍ର ସାଜି ସବୁ କିଛି ଜାଣିଶୁଣି ନ ଜାଣିବାର ଅଭିନୟ କରି ଆସୁଛନ୍ତି । ଯାହାଦ୍ୱାରା ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଏବଂ ବସ ମାଲିକମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ଅନେକ ଥର ବସର କର୍ମଚାରୀମାନଙ୍କ ସହିତ ବଚସା ହେଉଥିବାରୁ କର୍ମଚାରୀମାନେ ଡ଼ିଉଟିରେ ଆସିବାକୁ ଭୟ କରୁଛନ୍ତି ଓ ସେମାନଙ୍କ ପ୍ରତି ବିପଦ ଦଖା ଦେଇଛି । ବିଭିନ୍ନ ସମୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାପ୍ରଶାସନର ମିଳିତ ହସ୍ତକ୍ଷେପ କାରଣରୁ ପରିସ୍ଥିତି କିଛି ଦିନ ପାଇଁ ଶାନ୍ତ ହୋଇ ପୁଣି ଯଥା ପୂର୍ବଂ ତଥା ପରଂ ନୀତିରେ ଆରମ୍ଭ ହୋଇଯାଏ ବସ ଅଟକା ଅଟକି ଚାଲୁଥିବାର ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ବସ ମୋଟର ସଂଘର କର୍ମକର୍ତ୍ତା ସରୋଜ କୁମାର ଷ ଢ଼ଙ୍ଗୀ ଓ ବାରିପଦା ବସ ମାଲିକ ସଂଘର କର୍ମକର୍ତ୍ତା ହେମନ୍ତ ଦାସ । ତେଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ବାଲେଶ୍ୱର ମୋଟର ଆସୋସିଏସନ ଓ ବାରିପଦା ବସ ମାଲିକ ଆସୋସିଏସନ । ଅନ୍ତର୍ଯ୍ୟାମୀ କବାଟ, ହେମନ୍ତ ଦାସ, ରଣଜିତ୍ ଶାହା, ମନୋଜ ଦ୍ୱିବେଦୀ ଓ କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ବାରିପଦା ବସ ମାଲିକ ଆସୋସିଏସନର କର୍ମକର୍ତ୍ତାମାନେ ପତ୍ର ସଂଖ୍ୟା ବିବିଓଏ-୫୦/୨୦୧୭ ଏବଂ ବାଲେଶ୍ୱର ମୋଟର ଆସୋସିଏସନର ସରୋଜ ଷଢ଼ଙ୍ଗୀ, ମାଧବାନନ୍ଦ ମିଶ୍ର, ଫକୀର ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତାମାନେ ପତ୍ର ସଂଖ୍ୟା ବିଏମଏ/୨୨୦/୨୦୧୭ ମାଧ୍ୟମରେ ଜିଲା ଆରକ୍ଷୀ ଅଧିକ୍ଷକ ଓ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏହାର ନକଲ ମୟୂରଭଞ୍ଜ ଆଞ୍ଚଳିକ ପରିବହନ ବିଭାଗ, ବେତନଟୀ, ବୈଶିଙ୍ଗା ଥାନା ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଛନ୍ତି । ମୟୂରଭଞ୍ଜ ବସ ମାଲିକ ଆସୋସିଏସନକୁ ଏକ ଫେକ ସଂଘ ବୋଲି ନ୍ୟାୟାଳୟ ଦର୍ଶାଇଥିବା, ବେଆଇନ ଭାବେ ଚାନ୍ଦା ଆଦାୟ କରିବା ଆଦି ଉପରେ ଅଙ୍କୁଶ ଲଗାଇ ପ୍ରଶାସନକୁ କାର୍ଯ୍ୟକାରୀ କରାଇବାକୁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବାଲେଶ୍ୱର ମୋଟର ଆସୋସିଏସନର ସାଧାରଣ ସମ୍ପାଦକ ସରୋଜ କୁମାର ଷଢ଼ଙ୍ଗୀ ମୟୂରଭଞ୍ଜ ବସ ଆସୋସିଏସନକୁ ବାଲେଶ୍ୱର ସଂଘ ଦେଇଥିବା ସ୍ୱିକୃତିକୁ ପ୍ରତ୍ୟାହାର କରିବା ସହିତ ମୟୂରଭଞ୍ଜ ବସ ମାଲିକ ଆସୋସିଏସନକୁ ବୟକଟ କଲେ ବୋଲି ଆମ ବାରିପଦା ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ ସୂଚନା ପ୍ରଦାନ କରିଛନ୍ତି । ଏହି ସମସ୍ତ ଅଭିଯୋଗ ଉପରେ ମୟୂରଭଞ୍ଜ ଆଞ୍ଚଳିକ ପରିବହନ ଅଧିକାରୀ ଶରତ ଚନ୍ଦ୍ର ଦାଶଙ୍କ ପ୍ରତିକ୍ରିୟା କାଣିବା ନିମନ୍ତେ ତାଙ୍କ ସେଲ ନମ୍ବର ୯୪୩୭୨୯୪୮୬୬ରେ ସମ୍ପର୍କ ସ୍ଥାପନ କରାଯିବାରୁ ସେ ଫୋନ ନ ଉଠାଇ କଟାଇ ଦେଇଥିଲେ । ସେହିପରି ମୟୂରଭଞ୍ଜ ବସ ମାଲିକ ଆସୋସିଏସନର କର୍ମକର୍ତ୍ତା ସୁନୀଲ ଦାଶଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୦୩୮୩୩୫ରେ ଯୋଗା ଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । 

0
0
0
s2sdefault