ହତ୍ୟା ପଛର କାରଣ ଅସ୍ପଷ୍ଟ, ପୋଲିସ ର ଛାନ୍ ଭିନ୍ ଜାରି।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନ୍ ଙ୍କ ପରିବାର ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ବର୍ଷ ହେଲା ବସବାସ କରି ପୋଡୁ ଚାଷ କରିଆସୁଥିଲେ।ହେଲେ ମୂଷିଗୁଡ଼ା ସ୍ଥିତ ନିଜ ଘରେ ଜନନୀ ହରିଜନ (୬୧)ଓ ସୁଦାମା ହରିଜନ(୪୦) ଦୁଇଜଣ ମହିଳା ରାତିରେ ଶୋଇପଡ଼ିଥିବା ବେଳେ ଉକ୍ତ ଗାଁର ସଂଜୀତ ନାଏକ (୨୦)ବିଳମ୍ବିତ ରାତିରେ ଆସି ଜୋର ଜବରଦସ୍ତ ଘରେ ପୋଷି ଜନନୀ ନାଏକ (୬୧)ଙ୍କୁ ଗଲାକାଟୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ କାରଣରୁ ଅଭିଯୁକ୍ତ ସଂଜିତ ନାଏକ ମହିଳାଙ୍କୁ ଗଲାକଟି ହତ୍ୟା କରିଛି ଓ କେଉଁ ପ୍ରକାର ମାରଣାସ୍ତ୍ର ବ୍ୟବହାର କରି ହତ୍ୟା କରିଛି ତାହା ଏବେ ଯାଏଁ ପଷ୍ଟ ଜଣାପଡ଼ି ନ'ଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ମାରିଛି। ଖବର ପାଇ ଭବାନୀପାଟଣା ସଦର ଥାନ ଅଧିକାରୀ ସୋମ୍ୟରଞ୍ଜନ ପଧାନ, ଏସଆଇ ସୁନିତା ସେଠି ସମେତ କଳାହାଣ୍ଡି ସାଇନ୍ସଟିଫିକ ଟିମ ଡଷ୍ଟ ସ୍କୁଆଡ଼ କେ ନାଇନ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୩୨୪/୨୫/୧୦୩.(୧ ବିଏନଏସ )ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିବା ବେଳେ ଏପଟେ ମୃତକଙ୍କ ପରିବାର ଲୋକେ ନ୍ୟାୟ ସହ ଦୋଷୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରୁଛନ୍ତି।