ହେଡଲାଇନସ୍:

ବାହୁଡା଼ ଯାତ୍ରା ହେଲା କାଳ କନେଷ୍ଟବଳ ଡ୍ୟୁଟି ରେ ମୃତ୍ୟୁ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) । ଶନିବାର ସକାଳୁ ରାୟଗଡା ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ ତାରିଣୀ ଗମାଙ୍ଗ । ତେବେ ସେଠାରେ ଉପସ୍ଥିତ ପୋଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମ । ୧୯୯୭ ମସିହାରେ ପୋଲିସ କନେଷ୍ଟବଳ ଚାକିରି ପାଇ ବର୍ତ୍ତମାନ ଦୋରାଗୁଡ଼ା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ବାହୁଡା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଯାଇଥିଲେ । ବର୍ତ୍ତମାନ ରାୟଗଡ଼ା ମେଡ଼ିକାଲ ଏସଡିପିଓ ଗୌରହରି ସାହୁ, ପୋଲିସ ଆରଆଇ କବିବର ଦେହୁରୀ, ରାୟଗଡ଼ା ଟାଉନ ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ଓ ଦୋରାଗୁଡା ଆଇଆଇସି କିରନ ଵାଲା ସାମଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଅଛନ୍ତି । ତାରିଣୀ ଜଣେ କର୍ତ୍ତବ୍ୟନିଷ୍ଠ ଓ ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସର୍ବଦା ନିର୍ବାହ କରିଥାନ୍ତି ବୋଲି ତାଙ୍କ ସାଥି ସହକର୍ମୀ ସୂଚନା ଦେଇଥିଲେ । ତେବେ କନେଷ୍ଟବଳଙ୍କ ମତ୍ୟୁ ଦୋରାଗୁଡା ଥାନାରେ ଶୋକର ଛାୟା ଖେଳାଇ ଦେଇଛି ।ଆଉ ଆସିବେନି ତାରିଣୀ ଥାନା ଖଜୁଛି ତାରିଣୀ କୁ କିନ୍ତୁ ତାରିଣୀ ଓ ଫେରା ରାଇଜ କୁ ଫେରି ଯାଇଛନ୍ତି ଥାନାରେ ଡ୍ୟୁଟି କରି ନିଜ ସହକର୍ମୀ କୁ ଶେଷରେ ଦୁଃଖ ଦେଇଚାଲି ଗଲେ |

0
0
0
s2sdefault