ହେଡଲାଇନସ୍:

ଶିକ୍ଷା ବିଭାଗରେ +୩ ଶେଷ ବର୍ଷ ଶିକ୍ଷାର୍ଥୀଙ୍କ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲୁଗାଁ:(ସେକ କୌସର ):ବୁଧବାର ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର +୩ ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ+୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ଜୀବନର ଲକ୍ଷ୍ୟ ପ୍ରାପ୍ତି ଦିଗରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଦର୍ଶନ ବିଭାଗ ମୁଖ୍ୟ କୈଳାସ ଚନ୍ଦ୍ର ମହାରଣା, ଏବଂ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷା ମାଧ୍ୟମରେ ବ୍ୟକ୍ତିତ୍ଵ ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।ବିଦାୟ ଶିକ୍ଷାର୍ଥୀମାନେ ନିଜର ଅଭିଭାଷଣ ସହ ପ୍ରଥମ ଓ ଦ୍ବିତୀୟ ବ୍ୟାଚର ଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ବାତୀ ସ୍ଵାଗତିକ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପିକା କ୍ରୀତିମୟୀ ବାରିକ ଏବଂ ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଆଦିତ୍ୟ ନାରାୟଣ ବେହେରାଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

0
0
0
s2sdefault