ଜଗତସିଂହପୁର ,ତା.୨୫.୦୬.୨୦୨୫/ସୁମନ୍ତ କୁମାର ଦାସ:ଆଜି ରାଜ୍ୟ ସ୍ତର ରେ ପାଳିତ ହେଉଛି ଜରୁରୀ କାଳୀନ ସ୍ଥିତି ଜାରି ହେବାର ୫୦ ତମ ବର୍ଷ ପୂର୍ତ୍ତି , ସମ୍ବିଧାନ ହତ୍ୟା ଦିବସ ୨୦୨୫। ଭାରତ ଇତିହାସ ର ଏହି କଳା ଅଧ୍ୟାୟ କୁ ମନେ ପକାଇ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୭ ଜଣ ଲୋକତନ୍ତ୍ର ସେନାନୀ , ଯେଉଁମାନେ ୧୯୭୫ ରୁ ୭୭ ପର୍ଯ୍ୟନ୍ତ ଜରୁରୀ କାଳୀନ ସ୍ଥିତି ରେ ଅଟକ ଥିଲେ।(Detainees under MISA/DIR/DISIR during the emergency period 1975-77) ରାଜ୍ୟ ସରକାରଙ୍କ ଦ୍ଵାରା ଭୁବନେଶ୍ୱର ସ୍ଥିତ ପୂର୍ତତଟ ରେଳ ଅଡିଟୋରିୟମ ଠାରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ-୨୫.୦୬.୧୯୭୫ ର ୫୦ତମ ବାର୍ଷିକୀରେ ଯୋଗଦାନ କରିବା ନିମନ୍ତେ ଯାତ୍ରା କରିଛନ୍ତି।ସେମାନେ ହେଲେ,ନଦିଆ ବିହାରୀ ମହାନ୍ତି,ବିଜୟ କୁମାର ସ୍ବାଇଁ ,ବିଜୟ କୁମାର ବରାଳ, ଶ୍ରୀଧର ସ୍ବାଇଁ, ନୃସିଂହ ପରିଡ଼ା, ଗୋବିନ୍ଦ ଚନ୍ଦ୍ର ସ୍ବାଇଁ,ଭୀମସେନ ବିଶ୍ଵାଳ।
। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଡିଆରୁ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ସମ୍ବିତ୍ କୁମାର ରାଉତ, ଉପ- ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ପ୍ରଶାନ୍ତ କୁମାର ତରାଇ ଯୋଗଦାନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏସ୍କର୍ଟ ଅଫିସର ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜୁଡ଼ିସିଆଲ ବିଭାଗ ର ନାରାୟଣ ଭୂତିଆ, ଜେନେରାଲ ମିସ୍ ବିଭାଗ ର ସମ୍ରାଟ କିଶୋର ମହାନ୍ତି ଯାଇଥିଲେ।ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦାନ କରିବା ସହ ଲୋକତନ୍ତ୍ର ସେନାନୀ ମାନଙ୍କୁ ସମ୍ମାନିତ କରିବେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ତଥା ନ୍ୟାୟ ବିଭାଗର ବିଭିନ୍ନ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।
ରାଜ୍ୟ
ଜଗତସିଂହପୁର ଜିଲ୍ଲାରୁ ଲୋକତନ୍ତ୍ର ସେନାନୀଙ୍କ ଭୁବନେଶ୍ବର ଅଭିମୁଖେ ଯାତ୍ରା ଓ ସମ୍ବର୍ଦ୍ଧନା
- Hits: 10