ଅଭିଯୋଗ କାରୀଙ୍କ ଅଭିଯୋଗକୁ ଖାରଜ କଲେ ଜିଲ୍ଲାପାଳ,
ଓଡଗାଁ,୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ସୀମା ନିର୍ଦ୍ଧାରଣ ଏବଂ ୧୫ ଓ୍ବାଡର ଆସନ ସଂରକ୍ଷଣକୁ ଜିଲାପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ପୁନଃ ଓ୍ବାଡ ନିର୍ଦ୍ଧାରଣ ଏବଂ ପଛୁଆବର୍ଗଙ୍କୁ ସାମିଲ କରିବା ପାଇଁ ଅଭିଯୋଗ ହୋଇଥିଲା । ତେବେ ନୟାଗଡ଼ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅଭିଯୋଗ କାରିଙ୍କ ଅଭିଯୋଗକୁ ଖାରଜ କରିଦେଇଥିଲେ । ତଥାପି ଜିଲ୍ଲାପାଳଙ୍କ ଅଭିଯୋଗ ଖାରଜ ବିରୁଦ୍ଧରେ ଯଦି କେହି ଅପିଲ କରିବାକୁ ଚାହାଁନ୍ତି, ତେବେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାରେ ଜୁଲାଇ ୨ ତାରିଖ ସୁଦ୍ଧା ଅପିଲ କରିପାରିବେ । ଅଭିଯୋଗ ଗୁଡିକୁ ଜୁଲାଇ ୧୦ ତାରିଖରୁ ୧୭ ତାରିଖ ମଧ୍ୟରେ ଶୁଣାଣି କରାଯାଇ ୨୫ ତାରିଖ ସୁଦ୍ଧା ତାହାର ଫଳାଫଳ ଜିଲ୍ଲାପାଳଙ୍କୁ ଜଣାଇଦିଆଯିବ । ଯଦି ଫଳାଫଳରେ କୈଣସୀ ପରିବର୍ତ୍ତନ ଆସିଥାଏ, ତେବେ ୩୦ ତାରିଖରେ ଜିଲ୍ଲାପାଳ ଚୁଡାନ୍ତ ଭାବେ ନିଷ୍ପତିର ବିଜ୍ଞପ୍ତି ପ୍ରକାଶ କରିବେ ।