ହେଡଲାଇନସ୍:

ଓଡ଼ଗାଁ ଏନ୍ଏସିରେ ଆବାସ ଯୋଜନା ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା ଚାଲୁରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ୧୫ ଓ୍ବାଡରୁ ବୁଧବାର ସୁଧା ୪୭୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ନିମନ୍ତେ ଆବେଦନ କରିଥିବା ଜଣାପଡିଛି । ଏଥିମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ଓଡ଼ଗାଁ ଏନ୍ଏସି କାର୍ଯ୍ୟାଳୟ ତରଫରୁ ୨ ଗୋଟି ଦଳ ଗଠନ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଦଳ ୧ ରୁ ୮ ନମ୍ବର ଓ୍ବାଡ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ଦଳଙ୍କ ଦ୍ବାରା ୯ ରୁ ୧୫ ନମ୍ବର ଓ୍ବାଡ ପର୍ଯ୍ୟନ୍ତ ଚୟନ ପ୍ରକିୟା ଜାରି ରଖିଥିଲା ବେଳେ ଆବେଦନକିରୀମାନେ ସେହି ସମୟରେ ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିବା ପାଇଁ ଓଡ଼ଗାଁ ଏନ୍ଏସି ତରଫରୁ ଅନୁରୋଧ କରାଯାଇଛି । ଏହି ଚୟନ ପ୍ରକିୟା ସରିବା ପରେ ପ୍ରତି ଓ୍ବାଡ ପାଇଁ ଏକ କମିଟି ଗଠନ କରାଯିବ । ଏବଂ ଯୋଗ୍ୟ ଅଯୋଗ୍ୟ ହିତାଧୀକାରୀଙ୍କ ତାଲିକା ସର୍ବସାଧାରଣ ନିମନ୍ତେ ସୁଚାଇଦିଆଯିବ । ଯଦି କୌଣସି ଯୋଗ୍ୟ ହିତାଧିକାରୀ ପାଇବା ନିମନ୍ତେ ଅଯୋଗ୍ୟ କିମ୍ବା କୌଣସି ଅଯୋଗ୍ୟ ହିତାଧୀକାରୀ ପାଇବା ନିମନ୍ତେ ଯୋଗ୍ୟ ହୋଇଯାଇଥିବେ ତାହା ଓ୍ବାଡ କମିଟି ଯାଞ୍ଚ୍ କରିବେ । ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତି, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଓଡ଼ଗାଁ ଏନ୍ଏସି ତରଫରୁ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି ।

0
0
0
s2sdefault