ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମତ୍ସ୍ୟ ବିଭାଗ ତରଫରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଗଲାl ଚଳିତ ବର୍ଷ ମତ୍ସ୍ୟ ପୋଖରୀ ଯୋଜନାରେ ୧୦୮ ହେକ୍ଟର ବନ୍ଧ ଖନନ ଲକ୍ଷ ଧାର୍ଯ୍ୟ କରାଯାଇଅଛି। ତା ଭିତରୁ 4. 20 ହେକ୍ଟର କ୍ଷେତ୍ରରେ ପୋଖରୀ ଖନନ ହୋଇସାରିଛି। ୪୫ ହେକ୍ଟର କ୍ଷେତ୍ର ପୁରୁଣା ପୋଖରୀରେ ମାଛ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି l 94 ଏକର କ୍ଷେତ୍ର ପୋଖରୀରେ ମାଛ ଜାଆାଁଳ ଛାଡି ମତ୍ସ୍ୟ ଉତ୍ପାଦନ କରିବାକୁ ସରକାରଙ୍କ ଅନୁମୋଦନ ଅଛି l ସେହିପରି ୧୨୦ ଟି ବାୟୋଫ୍ଲକ୍ସ କୁଣ୍ଡରେ ମାଛ ଚାଷ କରିବାକୁ ଲକ୍ଷ ରଖାଯାଇଅଛି l ୪୨ ଟି ମାଛ ଧରା ଜାଲ ମତ୍ସ୍ୟ ଚାଷୀଙ୍କୁ ଦିଆଯିବ lଏହା ସହିତ ୪୦ ହେକ୍ଟର କ୍ଷେତ୍ର ଗ୍ରାମପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷପାଇଁ ସୁଯୋଗ ଦିଆଯିବ l ଜିଲ୍ଲାରେ ମତ୍ସ୍ୟ ଚାଷ ପାଇଁ ବହୁଳ ସୁଯୋଗ ଥିବାରୁ ଏହାର ସଦୁପଯୋଗ କରି ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l
ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମତ୍ସ୍ୟ ବିଭାଗ ତରଫରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଗଲାl ଚଳିତ ବର୍ଷ ମତ୍ସ୍ୟ ପୋଖରୀ ଯୋଜନାରେ ୧୦୮ ହେକ୍ଟର ବନ୍ଧ ଖନନ ଲକ୍ଷ ଧାର୍ଯ୍ୟ କରାଯାଇଅଛି। ତା ଭିତରୁ 4. 20 ହେକ୍ଟର କ୍ଷେତ୍ରରେ ପୋଖରୀ ଖନନ ହୋଇସାରିଛି। ୪୫ ହେକ୍ଟର କ୍ଷେତ୍ର ପୁରୁଣା ପୋଖରୀରେ ମାଛ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି l 94 ଏକର କ୍ଷେତ୍ର ପୋଖରୀରେ ମାଛ ଜାଆାଁଳ ଛାଡି ମତ୍ସ୍ୟ ଉତ୍ପାଦନ କରିବାକୁ ସରକାରଙ୍କ ଅନୁମୋଦନ ଅଛି l ସେହିପରି ୧୨୦ ଟି ବାୟୋଫ୍ଲକ୍ସ କୁଣ୍ଡରେ ମାଛ ଚାଷ କରିବାକୁ ଲକ୍ଷ ରଖାଯାଇଅଛି l ୪୨ ଟି ମାଛ ଧରା ଜାଲ ମତ୍ସ୍ୟ ଚାଷୀଙ୍କୁ ଦିଆଯିବ lଏହା ସହିତ ୪୦ ହେକ୍ଟର କ୍ଷେତ୍ର ଗ୍ରାମପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷପାଇଁ ସୁଯୋଗ ଦିଆଯିବ l ଜିଲ୍ଲାରେ ମତ୍ସ୍ୟ ଚାଷ ପାଇଁ ବହୁଳ ସୁଯୋଗ ଥିବାରୁ ଏହାର ସଦୁପଯୋଗ କରି ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l
ରାଜ୍ୟ
ନୂଆପଡ଼ାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ l ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ
- Hits: 6