ତୁରେଇନିକ୍ତିମାଲ ରେ ନିର୍ମାଣ ନ କରି ଝାରମାଲ ରେ ନିର୍ମାଣ ହେଉଛି କୋଠା
କୁଚିଣ୍ଡା ୨୫। ୬(ଲିପନ ନାଏକ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ତୁରେଇନିକ୍ତିମାଲ ଗ୍ରାମ ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନୂତନ କୋଠା ସରକାରଙ୍କ ପକ୍ଷରୁ ପ୍ରଦାନ କରିଥିବା ବେଳେ ଏହି କୋଠା ଝାରମାଲ ରେ ନିର୍ମାଣ ହେଉଥିବା ରୁ ଏହାକୁ ତୁରେଇନିକ୍ତିମାଲ ଗ୍ରାମବାସୀ ବିରୋଧ କରୁଛନ୍ତି। ରାଜ୍ୟ ସରକାର ଙ୍କ ପକ୍ଷରୁ ୩୧, ୩୧, ୩୭୮ ଟଙ୍କା ବିନିଯୋଗରେ ଅରଡ଼ି ବିଭାଗ ପକ୍ଷରୁ ଏହି କୋଠା ନିର୍ମାଣ କାର୍ଯ୍ୟକରାଯାଉଛି ହେଲେ ଏହି କୋଠା ନିର୍ମାଣ ଫଳକ ରେତୁରେଇନିକ୍ତିମାଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲେଖା ହୋଇଥିବା ବେଳେ ଏହି କୋଠା ତୁରେଇନିକ୍ତିମାଲରୁ ପ୍ରାୟ ୬ କିଲୋମିଟର ଦୂରରେ କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ଝାରମାଲଠାରେ ନିର୍ମାଣ ହେଉଛି ଯାହା ଜାଣିବା ପରେ ତୁରେଇନିକ୍ତିମାଲ ଗ୍ରାମ ବାସି ଙ୍କ ମନରେ ଅଶାନ୍ତି ଦେଖିବାକୁ ମିଳିଛି ଓ ଏହି କୋଠା ତୁରେଇନିକ୍ତିମାଲରେ ନ କରି କାହିଁକି ଅନ୍ୟ ସ୍ଥାନରେ କରାଯାଉଛି ବୋଲି ପ୍ରସନ କୁ ପ୍ରଶ୍ନ କରିଛନ୍ତି। ତୁରେଇନିକ୍ତିମାଲ ଗ୍ରାମରେ ପୂର୍ବରୁ ଏଏନଏମ କୋଠା ଥିବା ବେଳେ ଏହି କୋଠା ଭାଙ୍ଗି ଯାଇ ଜରାଜୀର୍ଣ ହୋଇଥିବାରୁ ନୂତନ କୋଠା ନିର୍ମାଣ ପାଇଁ ତୁରେଇନିକ୍ତିମାଲ ଗ୍ରାମ ବାସି ଦାବି କରିଆସୁଥିବା ବେଳେ ବର୍ତମାନ ଏହି କୋଠା ଅନ୍ୟତ୍ର ନିର୍ମାଣ ହେଉଥିବା ଜାଣି ଗ୍ରାମ ବାସୀଙ୍କ ମନରେ ଖୋଭ ଦେଖାଦେଇଛି ଏବଂ ତୁରେଇନିକ୍ତିମାଲ ଗ୍ରାମ ପାଇଁ ଆସିଥିବା ଏହି କୋଠା ଝାରମାଲରେ ନିର୍ମାଣ ନ କରାଯାଇ ତୁରେଇନିକ୍ତିମାଲରେ ନିର୍ମାଣ କରିବାକୁ ଦାବି କରିଛନ୍ତି। ତୁରେଇନିକ୍ତିମାଲ ଗ୍ରାମବାସୀ ସଦାନନ୍ଦ କୁଜୁର ଙ୍କ କହିବା ଅନୁଯାଇ ଆମ ଗ୍ରାମରେ ଥିବା ଏଏନଏମ ଗୃହ ଭାଙ୍ଗିଯିବାରୁ ଆମ୍ଭେ ନୂତନ ଗୃହ ନିର୍ମାଣ ପାଇଁ ଦାବି କରିଥିଲୁ ହେଲେ ବର୍ତମାନ ଆମେ ଜାଣିବାକୁ ପାଇଲୁ କି ଆମ ପାଇଁ ଆସିଥିବା ଏଏନଏମ ଗୃହ ଝାରମାଲରେ ନିର୍ମାଣ ହେଉଛି ଆମ ପାଖରେ ତ ବହୁତ ସ୍ଥାନ ଅଛି ହେଲେ ଆମ ଏଏନଏମ ଗୃହ ସେଠାରେ କଣ ପାଇଁ ନିର୍ମାଣ ହେଲା ଓ ଫଳକ ରେ ତ ତୁରେଇନିକ୍ତିମାଲ ଲେଖା ହୋଇଛି ଓ ଗୃହ ଆମ ଗାଁ ରେ ହେଉ ବୋଲି କହିଛନ୍ତି। ସେହିପରି ତୁରେଇନିକ୍ତିମାଲ ଗ୍ରାମବାସୀ ବିନୋଦିନୀ ବେହେରାଙ୍କ କହିବା ଅନୁଯାଇ ଆମ ଗ୍ରାମରେ ପ୍ରାୟ ୧୨୦୦ ଜନସଂଖ୍ୟା ଥିବା ବେଳେ ଆମ ଗାଁ ପାଇଁ ଆସିଥିବା ଏଏନଏମ ଗୃହ ଅନ୍ୟତ୍ର ନିର୍ମାଣ ହେଉଛି ଆମେ ଏବେ କଣ କରିବୁ ବୋଲି କହିଛନ୍ତି। ତୁରେଇନିକ୍ତିମାଲ ଗ୍ରାମବାସୀ ବିଶ୍ୱନାଥ ଗୌଡ଼ଙ୍କ କହିବା ଅନୁଯାଇ ଆମ ଗ୍ରାମରେ ଥିବା ଏଏନଏମ ଗୃହ ଦୀର୍ଘ ୨୦ ବର୍ଷରୁ ଭାଙ୍ଗିଯାଇଛି ଏଠାରେ ଏଏନଏମ ଗୃହ ଥିବାରୁ ଆମ୍ଭେ ମାନେ ଅଧାରାତୀରେ ମଧ୍ୟ ଚିକିତ୍ସା ପାଇ ଉପକୃତ ହେଉଥିଲୁ ହେଲେ ବର୍ତମାନ ଆମ୍ଭେ ଜାଣିବାକୁ ପାଇଲୁ ଯେ ଝାରମାଲରେ ନିର୍ମାଣ ହେଉଥିବା କୋଠାରେ ତୁରେଇନିକ୍ତିମାଲ ଲେଖା ହୋଇଛି ଏବଂ ଆମେ ଏହା ମଧ୍ୟ ଶୁଣିବାକୁ ପାଉଛୁକି ଆମ ଗ୍ରାମରେ ଗୃହ ନିର୍ମାଣ ପାଇଁ ସ୍ଥାନ ନ ଥିବାରୁ ଝାରମାଲରେ ନିର୍ମାଣ ହେଉଛି ହେଲେ ଅଧିକାରୀ ଏଠାକୁ ଆସି ଦେଖନ୍ତୁ ଏଠାରେ କେତେ ସ୍ଥାନ ଅଛି ଏଭଳି କେମିତି ହେଲା ତୁରେଇନିକ୍ତିମାଲ ଗ୍ରାମ ପାଇଁ ଆସିଥିବା ଏଏନଏମ ଗୃହ ତୁରେଇନିକ୍ତିମାଲରେ ହିଁ କରାଯିବା କଥା ହେଲେ କାହିଁକି ଏହି ଗୃହକୁ ତୁରେଇନିକ୍ତିମାଲରେ ନ କରି ଝାରମାଲରେ ନିର୍ମାଣ କରାଯାଇଛି ବୋଲି କହିଛନ୍ତି। ତୁରେଇନିକ୍ତିମାଲ ଗ୍ରାମବାସୀ ସୁଶୀଲ କ୍ଷୀର ଙ୍କ କହିବା ଅନୁଯାଇ ଆମ୍ଭେ ଏହି ଗୃହ ନିର୍ମାଣ ପାଇଁ ପୂର୍ବରୁ ଦାବି କରିଆସୁଥିବା ବେଳେ ବର୍ତମାନ ଏହି ଗୃହ ତୁରେଇନିକ୍ତିମାଲରେ ନ କରି ଝାରମାଲରେ ନିର୍ମାଣ ହେଉଛି ଏବଂ ଆମ୍ଭେ ଜାଣିବାକୁ ପାଇଲୁ କି ଆମ ଗ୍ରାମରେ କଣ ଗୃହ ନିର୍ମାଣ ପାଇଁ ଜମି ନ ଥିବାରୁ ଏହି ଗୃହ ଅନ୍ୟତ୍ର ନିର୍ମାଣ କରାଯାଉଛି ହେଲେ ଆମ ଗ୍ରାମରେ ସ୍ଥାନ ଭରିଛି ହେଲେ ଏଭଳି ଭୁଲ ରିପୋର୍ଟ କିଏ ଦେଲା ତାହା ଯଥାଶୀଘ୍ର ତଦନ୍ତ କରାଯାଉ ଏବଂ ଆମ ଗ୍ରାମ ପାଇଁ ଆସିଥିବା ଗୃହ ଆମ ଗ୍ରାମରେ ନିର୍ମାଣ କରାଯାଉ ବୋଲି ମୁଁ ଗ୍ରାମ ବାସୀଙ୍କ ପକ୍ଷରୁ ଦାବି କରୁଥିବା କହିଛନ୍ତି। ଏ ସମ୍ପର୍କ ରେ କୁନ୍ତରା ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ଇଶ୍ୱର ମୁଣ୍ଡା ଙ୍କୁ ପଚାରିବାରୁ ତୁରେଇନିକ୍ତିମାଲରେ ଅର ଆଇ ସ୍ଥାନ ଯୋଗାଇପାରିନ ଥିଲେ ଏବଂ ଯେଉଁ ସ୍ଥାନ ଚିନ୍ନଟ ହେଲା ତାହା ସ୍ଥାନୀୟ ଲୋକଙ୍କ ଜବର ଦାଖଲ ଥିବାରୁ ଅର ଆଇ ଝାରମାଲର ଏହି ସ୍ଥାନଟି ଚିନ୍ନଟ କରିଥିବାରୁ ଏଠାରେ ଗୃହ ନିର୍ମାଣ ହେଉଛି ବୋଲି କହିଥିଲେ।