ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ, ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ତରଫରୁ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟା ଯଥା ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଭାପତି , ଅତିରିକ୍ତ ଜିଲ୍ଲାପାଳ , ମୁଖ୍ୟ ଉନ୍ନୟନ ଅଧିକାରୀ , ଉପଖଣ୍ଡ ଆରକ୍ଷୀ ଅଧିକାରୀ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ , ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀମାନେ , ବାଲ୍ୟ ବିବାହ ପ୍ରତିରୋଧ ର ଟାସ୍କ ଫୋର୍ସ ର ସଭ୍ୟ ଏବଂ ସଭ୍ୟା , ଶିଶୁ ଶ୍ରମ ପ୍ରତିରୋଧ ଟାସ୍କ ଫୋର୍ସର ସଭ୍ୟ ଓ ସଭ୍ୟା , ଶିଶୁ ଯତ୍ନ ଅନୁଷ୍ଠାନ ତଥା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତା , ଅରୁଣା ଓ ସି , ଆର ଏସ ବେସରକାରୀ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି . ତିରୁପତି ର।ଓ ସଭାପତିତ୍ଵ କରିଥିଲେ। ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ତା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଶିଶୁମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନାର ବିବରଣୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରଦାନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା ଗତ ଏକ ବର୍ଷ ମଧ୍ୟରେ ଉଦ୍ଧାର ଶିଶୁ ଶ୍ରମିକଙ୍କର ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀଣି ଶ୍ରୀମତୀ ସାରଳା ପାତ୍ର ଗତ ଏକ ବର୍ଷ ମଧ୍ୟରେ ରୋକା ଯାଇଥିବା ବାଲ୍ୟ ବିବାହର ବିବରଣୀ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝିଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।
ପରବର୍ତ୍ତୀ ସମୟରେ ଅତିରକ୍ତ ଜିଲ୍ଲାପାଳ video conference ମାଧ୍ୟମରେ ୧୫ଗୋଟି ପୋଷ୍ୟ ସନ୍ତାନ ନେଇଥିବା ଆଇନତଃ ଅଭିଭାବକ ସହ କାଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀ ଯତ୍ନ ଯୋଜନା ଦ୍ଵାରା ସହାୟତା ପାଉଥିବା ୮ ଜଣ ଶିଶୁ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ସେମାନେ ସହାୟତା ପାଉଥିବା ବିଷୟରେ ଜଣାଇବା ସହ ବର୍ତମାନ କଣ ଶିକ୍ଷା ଗ୍ରହଣ କରୁଛନ୍ତି ସେ ବିଷୟରେ ପ୍ରକାଶ କରିଥିଲେ।
ଆଗାମୀ ବର୍ଷ ପାଇଁ କଣ ସବୁ ଚିଠା ବା ଖସଡା ପ୍ରସ୍ତୁତ ହୋଇଛି ସେ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଙ୍କ ନିକଟରେ ପ୍ରକାଶ କରିଥିଲେ।
ରାଜ୍ୟ
ଜିଲ୍ଲା ପ୍ରଶାସନ ଦ୍ବାରା ଶିଶୁଙ୍କ ପାଇଁ ଦିନଟିଏ ପାଳିତ
- Hits: 18