ହେଡଲାଇନସ୍:

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୫.୦୬.୨୦୨୫ ରିଖ ବୁଧୁବାର ଦିନ ଘ ୧୧.୦୦ମି ରେ ସ୍ଥାନୀୟ ଗୁମ୍ମା ପଞ୍ଚାୟତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ଅତିରିକ୍ତ ଶ୍ରମ ଅଧିକାରୀ, ରାୟଗଡା ଶକ୍ତି ଅନୁଷ୍ଠାନର ଡାଇରେକ୍ଟର ରମେଶ ନାଏକ, ରାୟଗଡା ବାର ଆସୋସିଏସନର ଆଇନଜୀବି ଦେବରାଜ ନାୟକ, Y. ଶ୍ରୀନିବାସ ରାଓ, ଗୁମ୍ମା ପଞ୍ଚାୟତର ସରପଞ୍ଚ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପି.ଏଲ୍.ଭି ପ୍ରହଲ୍ଲାଦ ଡଙ୍ଗରୀ, ପି.ଇ.ଓ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ରାୟଗଡା ଜିଲ୍ଲାର ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କ ପାଇ ଉପଲବ୍ଧ ଥିବା ସରକାରଙ୍କ ର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ I ସେହିପରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇଁ କହିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ଅନ୍ୟ ସ୍ଥାନକୁ କାର୍ଯ୍ୟ କରିବା ପାଇ ଗଲେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ପଞ୍ଜିକରଣ କରିବା ପାଇ ସମସ୍ତ ଶ୍ରମିକ ମାନଙ୍କୁ ଅନୁରୋଧ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗୁମ୍ମା ପଞ୍ଚାୟତ ର ସମସ୍ତ ଶ୍ରମିକ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

0
0
0
s2sdefault