ରାୟଗଡ଼: ସ୍ଥାନୀୟ ଗାୟତ୍ରୀ ନଗର ଠାରେ ଥିବା ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନିବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ସହ ବୃକ୍ଷ ରୋପଣ ଓ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ରାୟଗଡ ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ରାୟଗଡ ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ସମ୍ମାନୀତ ଅତିଥିଭାବେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନେଲ ଲିମିଟେଡ଼ କମ୍ପାନୀର (କର୍ପୋରେଟ ଆଫେଏର, ଓ ଲୋକ ସମ୍ପର୍କ ବିଭାଗର ସାଧାରଣ ପରିଚାଳକ, ଜିଏମ) ଶ୍ରୀ ପିତାମ୍ବର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥିଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରିବେଶର ସୁରକ୍ଷା ଓ ଏହାର ସନ୍ତୁଳନ ରଖିବାକୁ ହେଲେ କଣ ସବୁ ଆବଶ୍ୟକତା ରହିଛି ଏବଂ ମାନବ ସମାଜରେ ବୃକ୍ଷର କଣ ଭୂମିକା ରହିଛି ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ପ୍ରାୟ ୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗ କରି "ବୃକ୍ଷ ଲଗାଅ ସ୍ୱଚ୍ଛ ନିଶ୍ଵାସ ନିଅ, ବୃକ୍ଷ ଲଗାଅ ସୁସ୍ଥ ଜୀବନ ବଢାଅ" ବିଷୟ ବସ୍ତୁ ନେ଼ଇ ଏକ ନିବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୋନାଲି ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ରୀ ହର୍ଷିତା ହିମିରିକା ଦୂତୀୟ ଓ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୟ ବାଗ ତୃତୀୟ ସ୍ଥାନ ଅଧିକାର ହାସଲ କରିଥିଲେ । ସେହିଭଳି ବରିଷ୍ଠ ବିଭାଗରେ ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞଶ୍ରୀ ନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପଣ୍ଡା ଓ ଦଶମ ଶ୍ରେଣୀ ଛାତ୍ରୀ ସୁଧାଂଶୁ ବାଳା ବାର୍ତ୍ତିଆ ମିଳିତ ଭାବେ ଦ୍ୱତୀୟ ସ୍ଥାନ ହାସଲ କରିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପାଢ଼ୀ ତୃତୀୟ ସ୍ଥାନ ହାସଲ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଓ ସମ୍ମାନୀତ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ବିତରଣ କରାଯିବା ସହ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କଦ୍ୱାରା ମାନପତ୍ର ପ୍ରଦାନ ଯାଇଥିଲା । ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲର ସମ୍ପାଦକ ମନୋଜ କୁମାର ସାହୁ ଏବଂ ସଭ୍ୟ ସନ୍ତୋଷ ଲମତା, କେ. କ୍ରିଷ୍ଣାମୂର୍ତ୍ତି, ଓ ହରିନାରାୟଣ ଦାଶ ସହଯୋଗ କରିଥିବା ବେଳେ, ଉତ୍କଳ ଆଲୁମିନାର ରୋହିତ ଜେନା ଓ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ପରିବେଶର ସୁରକ୍ଷା ନେଇ ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ତରଫରୁ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନିବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ
- Hits: 7