ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କ ଅଧ୍ୟକ୍ଷତାରେ "ସମ୍ବିଧାନ ହତ୍ୟା ଦିବସ" ପାଳିତ ହୋଇଯାଇଛି।
ମହାବିଦ୍ୟାଳୟ ର ଅଧ୍ୟକ୍ଷା ସମ୍ବିଧାନର ଗୁରୁତ୍ୱ ଓ ଆଇନର ଶାସନ ମହତ୍ତ୍ୱ ବୁଝାଇ କହିଥିଲେ।
ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଡ଼. ଭାରତୀ ପାଣିଗ୍ରାହୀ ୧୯୭୫ ମସିହା ଜୁନ ୨୫ ତାରିଖରେ ଦେଶରେ ଘଟିଥିବା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଓ ଏହାର ଅପ ବ୍ୟବହାର ସମ୍ବନ୍ଧରେ ଆଲୋକପାତ କରିଥିଲେ।
ସେହିପରି ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ସମ୍ବିଧାନ ର ଅର୍ଥ , ଉପଯୋଗିତା , ଅଧିକାର ଏବଂ ଗଣତନ୍ତ୍ର ଶାସାନରେ ସମ୍ବିଧାନର ଗୁରୁତ୍ୱ ଏହା ହତ୍ୟା କିପରି ହେଉଛି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ଏହି ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ
- Hits: 17