ହେଡଲାଇନସ୍:

ବାଦାମ ପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳପଥ ସଂଯୋଗୀକରଣ ପାଇଁ ଜମି ଅଧିଗ୍ରହଣ ଲାଗି ଦାବୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୨୪/୬- ବାଦାମପାହାଡ଼-କେନ୍ଦୁଝରଗଢ ନୂତନ-ରେଳପଥ ସଂଯୋଗୀକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା କେବେ ଆରମ୍ଭ ହେବ ବୋଲି ଆଲୋଚନା ଜୋର ଧରିଛି। ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବିଗତ ୬ ଡିସେମ୍ବର ୨୦୨୪ରେ ବାଦାମପାହାଡ଼ ରେଳବାଇ ଷ୍ଟେସନରେ ବିରାଟ ଆଡମ୍ବର ସହକାରେ ୩-ଟି ନୂତନ ରେଳପଥ ସଂଯୋଗୀକରଣ ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ବହୁ-ପ୍ରତୀକ୍ଷିତ ରେଳ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ଦୁଇଟି ପ୍ରକଳ୍ପ ପ୍ରଥମେ ବୁଢ଼ାମରା - ଚାକୂଳିଆ ଓ ଦ୍ଵିତୀୟ ବାଙ୍ଗିରୀପୋଷୀ-ଗୋରୁ ମହିଷାଣି ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ବିଜ୍ଞପ୍ତି ଓ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ କ୍ରମେ ଭୂ-ଅର୍ଜନ ଅଧିକାରୀଙ୍କ ଦ୍ବାରା ସଂଲଗ୍ନ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିବାରୁ ଏହି ବହୁ-ପ୍ରତୀକ୍ଷିତ ବାମନଘାଟୀ ଅଂଚଳର ବହୁ ପୂରାତନ ଟାଟାନଗର -ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ନୂତନ ରେଳ ଲାଇନ ସଂଯୋଗୀକରଣ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ମହାମହିମ ରାଷ୍ଟ୍ରପତିଙ୍କ ଗୃହ- ଜିଲ୍ଲା କ୍ଷେତ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କେନ୍ଦୁଝର ଗୃହ ଜିଲ୍ଲା ହୋଇଥିବା ସତ୍ତ୍ବେ କୋୖଣସି ପ୍ରକାରର ପଦକ୍ଷେପ କିମ୍ବା ଜମି- ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ଜନ-ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ସଦର ମହକୁମା ହୋଇଥିବାରୁ ବହୁ ନେତା ନେତୃତ୍ୱ ଯୋଗୁଁ ସାଧାରଣ ଲୋକ ମଧ୍ୟ ବହୁତ ସଜାଗ ଓ ସକ୍ରିୟ, ସେଥିପାଇଁ ବୁଢ଼ାମରା-ଚାକୁଳିଆ ଓ ବାଙ୍ଗିରୀପୋଷୀ-ଗୋରୁମହିଷାଣୀ ରେଳପଥ ପାଇଁ ଜମି-ଅଧିଗ୍ରହଣ କାର୍ଯ୍ଯ ଅଗ୍ରାଧିକାର ଭିତ୍ତିରେ ଚାଲିଛି ।ଲୋକେ କିନ୍ତୁ ନୀରବ ଓ ନିଷ୍କ୍ରିୟ ଥିବାରୁ ଏହି ବହୁ ପ୍ରତୀକ୍ଷିତ ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ରେଳପଥ ସଂଯୋଗ ପାଇଁ ଜମି-ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ଅବସ୍ଥାରେ ରହିଯାଇଛି।ବାଦାମପାହାଡ଼-କେନ୍ଦୁଝର ନୂଆ ରେଳପଥ ଦୀର୍ଘ /-୮୨.୦୬-କିମି ସ୍ୱୀକୃତି ପ୍ରାପ୍ତ ଖର୍ଚ୍ଚ ୨୧୦୬/-କୋଟି ଟଙ୍କାର ସଂଯୋଗୀକରଣ ଲାଗି ଜମି-ଅଧିଗ୍ରହଣ ପାଇଁ କାମ ଏବେବି ଆରମ୍ଭ ହୋଇପାରିନି। ମୟୂରଭଞ୍ଜ ଜିଲାର ଲୋକ ସଭା ଓ ରାଜ୍ଯସଭା ଭାଜପା ସାଂସଦ ଓ କେନ୍ଦୁଝର ଜିଲ୍ଲାର ବିଧାୟକ ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାଜପା ଦଳର ଓ ସବୁ ବିଧାୟକ ମଧ୍ୟ ସଂପୃକ୍ତ ଜିଲ୍ଲା ଅଂଚଳର କିନ୍ତୁ ସେମାନେ ବି ସୁପ୍ତ ଅବସ୍ଥାରେ ରହିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଏବେ ବାମନଘାଟୀ ଉପଖଣ୍ଡର ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ଦିଦିଙ୍କ ଆନ୍ତରିକ ଉଦ୍ୟମ କ୍ରମେ ଦୀର୍ଘ ୧୦୦-ବର୍ଷ ପରେ ମଞ୍ଜୁରୀ ମିଳିଥିବା ଦୁଇଟି ରେଳ-ସଂଯୋଗୀକରଣ ପ୍ରକଳ୍ପର କାମ ତାଙ୍କ ଅବଶିଷ୍ଟ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ଯରେ ସଂପୂର୍ଣ୍ଣ ହୋଇ ପାରିବା ନେଇ ଆଶଂକା ବୃଦ୍ଧି ପାଇବାରେ ଲାଗିଛି। ଗୋରୁମହିଷାଣୀ-ବାଙ୍ଗିରିପୋଷି ରେଳ ସଂଯୋଗୀକରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମସଭା ପାଇଁ ସୂଚନା ଜାରି ହେଲା କିନ୍ତୁ ବାଦାମ ପାହାଡ଼ କେନ୍ଦୁଝରଗଡ଼ ପାଇଁ କୋୖଣସି ପ୍ରକାରର ସୂଚନା ମିଳି ପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ବାମନଘାଟୀ ଅଞ୍ଚଳ ଏପାଖ ଅର୍ଥାତ୍ ବାମନଘାଟୀ ରାଇରଙ୍ଗପୁର ଓ ପାଞ୍ଚପୀଢ଼ କରଞ୍ଜିଆ ତଥା କେନ୍ଦୁଝରଗଡ଼ ଲୋକସଭା ଓ ବିଧାନସଭା ଅଂଚଳର ନେତୃତ୍ୱ ଦଳମତ ନିର୍ବିଶେଷରେ ମିଳିତଭାବେ ଜନସାଧାରଣ ବିଶେଷ କରି ବୁଦ୍ଧିଜୀବୀ, ସାମ୍ବାଦିକ ଓ ଆଇନଜୀବୀ ମାନେ ସଜାଗ ଓ ଜାଗ୍ରତ ହୋଇ ନିଜ ହକ-ଅଧିକାର ପାଇଁ ସଚେତନତା ହୋଇ ଆନ୍ଦୋଳନର ରାସ୍ତାକୁ ଆସିବା ଦରକାର ବୋଲି ଲୋକ ଭିତରେ ଆଲୋଚନା ହେଉଛି।

0
0
0
s2sdefault