ହେଡଲାଇନସ୍:

କୁଲାଡ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଅଞ୍ଚଳର ଭଞ୍ଜ ରାଜବଂଶୀୟ ପ୍ରସିଦ୍ଧ କୁଲାଡ଼ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଜୋରଦାର ଆଗେଇ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି। ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଅଣସର ଶେଷ ହୋଇଯାଇଛି ଉକ୍ତ କାର୍ଯ୍ୟକୁ ଏବଂ ଠାକୁର ଙ୍କ ରଙ୍ଗ କାମର ସମୀକ୍ଷା କରିବା ସହ ଯାତ୍ରା ରେ ଆବଶ୍ୟକୀୟ ପୂଜା ସାମଗ୍ରୀ, ପିତଳ ଘଣ୍ଟ ର ମରାମତି, ରଥ କପଡା, ପହଣ୍ଡି ନିମନ୍ତେ ଘୋଡା, ସଂକୀର୍ତନ ମଣ୍ଡଳୀ ମାନଙ୍କ ନିମନ୍ତେ ପ୍ରସାଦ ସ୍ଵରୂପ ହାଟୁଆ ଉପହାର, ନିମନ୍ତ୍ରଣ ବଣ୍ଟନ ପ୍ରଭୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଶ୍ରୀ ଅବିନାଶ ମାହାରା । ଯିଏକି ମୁଖ୍ୟ ତହସିଲଦାର ଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ରଥଯାତ୍ରା ନିମନ୍ତେ ଭାର ଗ୍ରହଣ କରିଛନ୍ତି। ରଥ ନିର୍ମାଣ,ପାର୍ଶ୍ବ ଦେବତା ଓ ରଥକୁ ରଙ୍ଗଦିଆ କାମ ସକାଶେ ମହାରଣା ଓ କାରିଗରଙ୍କ ସହ ଆଲୋଚନା କରି ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଛି ଚଳିତ ବର୍ଷ ରଥ ନିର୍ମାଣ ନେଇ ୨୮ ଖଣ୍ଡ କାଠ ଆସିଅଛି। ସେଥ୍‌ରେ କାମ ଜୋରସୋର୍ ଚାଲି ରଥ ନିର୍ମାଣ ଶେଷ ପର୍ଯ୍ୟାୟ ରେ । ଅନ୍ୟପକ୍ଷରେ କୁଳାଡ଼ ରଥଯାତ୍ରାରେ ଶତାଧ‌ିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖୁବାକୁ ପୁଲିସ୍ ପ୍ରଶାସନ ସହ ଏନ୍ ସି ସି କ୍ୟାଡେଟ, ରେଡକ୍ରସ୍ ଦଳ ସହ ସ୍ଵେଚ୍ଛାସେବୀ ମାନଙ୍କୁ ନିମନ୍ତ୍ରଣ ପାଇଁ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ସହ ଶୃଙ୍ଖଳା ବ୍ୟବସ୍ତା , ଅତିଥିମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ଡାକ୍ତରୀ ଟିମ, ପୋଲିସ ବାହିନୀ, ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ ପ୍ରକୋଷ୍ଠ ର ମଧ୍ୟ ବ୍ୟବସ୍ତା କରାଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ମୂଖ୍ୟ ବିଷୟ ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ ରଥ ଖଳା ରୁ ମାଉସୀ ମାଁ ମନ୍ଦିରକୁ ରଥ ନେବାବେଳେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ବିଛିନ୍ନ ଦୁଇ ତିନିଘଣ୍ଟା କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ମାନ୍ୟବର ବିଧାୟକ ଙ୍କ ହସ୍ତକ୍ଷେପ ଓ ରୋକ୍ ଠୋକ୍ ଆଦେଶ ବିଦ୍ୟୁତ୍ ବିଭାଗ କୁ ଦେଇଥିବା ରୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି ରେ ସେ କାର୍ଯ୍ୟ କୁ ସୁ ବ୍ୟବସ୍ଥା କରାଯାଇ ବିଦ୍ୟୁତ୍ ତାର କୁ ସୁରକ୍ଷିତ ଭାବରେ ପ୍ଲାଷ୍ଟିକ ପାଇପ୍ ଦେଇ ଜମି ମଧ୍ୟରେ ନିଆଯାଇଥିବାର ଦେଖାଦେଇଛି।

ତତ୍ ସହ ସଠିକ ସମୟରେ ରୀତିନୀତି ସମାପନ ପାଇଁ ମନ୍ଦିର ପୂଜକଙ୍କ ସହ ସମନ୍ବୟ ରକ୍ଷା ଉପରେ ଆଲୋଚନା ହୋଇସାରିଛି। ପୂର୍ବ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିବା ମନ୍ଦିର ଓ ରଥକୁ ଫୁଲରେ ସାଜ୍ଜସଜା କରିବା ସହ ମନ୍ଦିର ସାମ୍ନା ରାସ୍ତାରେ ଝୋଟିଚିତା ଆଙ୍କିବା କାର୍ଯ୍ୟକ୍ରମ ସହ ରଥଯାତ୍ରାକୁ ଯାକଜମକରେ କରିବା ନେଇ ଆନୁଷଙ୍ଗିକ ବ୍ୟବସ୍ଥା ଯୋର୍ ଶୋର୍ ରେ ଚାଲିଛି । ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା, ପୂଜକ ବାପି ପଣ୍ଡା ଓ ଚିରଞ୍ଜୀବ୍ଦ ପାଢ଼ୀ, ତ୍ରିନାଥ ମହାରଣା, ପିଣ୍ଡୁ ସେଠି ଉପସ୍ଥିତ ରହି ରଥଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ କୁ ଆଗେଇ ନେଉଛନ୍ତି।

0
0
0
s2sdefault