ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ କେବଳ ଔଷଧ ନୁହେଁ, ସୁସ୍ଥ ଏବଂ ସବୁଜ ପରିବେଶର ମଧ୍ୟ ଆବଶ୍ୟକତା ରହିଛି I ବିଭିନ୍ନ ବୃକ୍ଷଲତାରେ ଭରି ରହିଛି ପ୍ରଚୁର ଔଷଧିୟ ଗୁଣ I ତେଣୁ ଲୋକେ ସୁସ୍ଥ ରହିବା ପାଇଁ ପରିବେଶରେ ପ୍ରଚୁର ଚାରା ରୋପଣ କରିବା ଉଦ୍ଦେଶ୍ୟରେ ଗୋବରା ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ଏକ ଅଭିନବ ପଦ୍ଧତି ଆପଣାଇଛନ୍ତି I ଆଜି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ୍ ଆରୋଗ୍ୟ ଶିବିର ଆୟୋଜିତ ହୋଇଥିଲା I ଏହି ଶିବିରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡ଼ାକ୍ତର ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଔଷଧିୟ ଚାରା ସହିତ ଶାଗ, ଫୁଲ ଏବଂ ଫଳ ଚାରା ବଣ୍ଟନ କରିବା ସହିତ ଚାରା ଗୁଡିକୁ ରୋପଣ କରି ସେଗୁଡିକର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ I ଏହା ସହିତ ପ୍ରତ୍ୟେକ ଉଦ୍ଭିଦର ବିଭିନ୍ନ ପ୍ରକାର ଉପାଦେୟତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଥିଲେ I ଆଜି ଡ଼ାକ୍ତର ଷଡ଼ଙ୍ଗୀ ଲୋକଙ୍କୁ ମଲ୍ଟି ଭିଟାମିନ୍ ଶାଗ ଚାରା, ବ୍ରାହ୍ମୀ, ଭୃସଙ୍ଗ, ଜାମୁ,ବିଭିନ୍ନ କୋଳି,ବିଭିନ୍ନ ଫୁଲ ଗଛ ବଣ୍ଟନ କରିଥିଲେ I ଡ଼ାକ୍ତର ଷଡ଼ଙ୍ଗୀଙ୍କ ଏହିଭଳି ପ୍ରୟାସକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି I ପ୍ରକାଶ ଥାଉକି ଡ଼ାକ୍ତର ଷଡ଼ଙ୍ଗୀ ଜଣେ ପରିବେଶବିତ୍ ଏବଂ ବ୍ରୁକ୍ଷପ୍ରେମୀ ଭାବରେ ବେଶ ପରିଚିତ I ତାଙ୍କ ପ୍ରୟାସରେ ବେଲଗୁଣ୍ଠା ଓ ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧିୟ ଉଦ୍ୟାନ ସୃଷ୍ଟି ହୋଇପାରିଛି I
ରାଜ୍ୟ
ଆୟୁଷ୍ମାନ୍ ଆରୋଗ୍ୟ କାର୍ଯ୍ୟକ୍ରମରେ ମେଡିକାଲ୍ ପରିସରରେ ଚାରା ବଣ୍ଟନ
- Hits: 8