ସମ୍ବଲପୁର, ୨୪/୬: ବୁର୍ଲା ର ଗୋଶାଳା ସ୍ଥିତ କଲାମାଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାରୱାଡି ଯୁବା ମଞ୍ଚ, ଗୋଶାଳା ଶାଖା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଷମା ସାହୁ, ଗୋଶାଳା ହାଇସ୍କୁଲ ଆଲୁମନୀ କମିଟି ସଭାପତି ବାଳକୃଷ୍ଣ ସାହୁ, ପ୍ରାନ୍ତ ସାଧାରଣ ସମ୍ପାଦକ ଚୈତନ କେଜ୍ରିୱାଲ, ମଣ୍ଡଳ ଉପସଭାପତି ଦେବାଶିଷ ଅଗ୍ରୱାଲ, ମଣ୍ଡଳ ସମ୍ପାଦକ ଆଶିଷ ମହାବତ, ଗୋଶାଳା ଶାଖା ସଭାପତି ସନ୍ଦୀପ ଅଗ୍ରୱାଲ, ସମ୍ପାଦକ ଦେବାଶିଷ ଅଗ୍ରୱାଲ, ଆବାହକ ପ୍ରତୀକ ଅଗ୍ରୱାଲ ଯୋଗଦେଇ ଶିବିର ଉଦ୍ଘାଟନ କରିଥିଲେ। ସମ୍ବଲପୁର ଜିଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ଡ଼ା କଳ୍ପେଶ କକଡ଼ଙ୍କ ତତ୍ତ୍ୱାବଧାନରେ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଟେକନିସିଅନ ମାଧବ ଚନ୍ଦ୍ର ସାହୁ, ଦେବାଶିଷ ପାତ୍ର, ଆଶିଷ ବିଶ୍ଵାଳ, ଗଣେଶ ସେଟ, ମୁକ୍ତେଶ୍ଵରୀ କଲିସା, ଆୟୋଜକଙ୍କ ପକ୍ଷରୁ ନାରାୟଣ ଅଗ୍ରୱାଲ, ସତୀଶ ଅଗ୍ରୱାଲ, ଦିଲୀପ ଅଗ୍ରୱାଲ, ସୁନୀଲ ଶର୍ମା, ରମେଶ ଅଗ୍ରୱାଲ, ଶିବ ଅଗ୍ରୱାଲ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
କଲାମାଟି ରକ୍ତଦାନ ଶିବିର ରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ
- Hits: 9