ହେଡଲାଇନସ୍:

ବାସୁଦେବପୁର ବନ ବିଭାଗ ପକ୍ଷ ରୁ ବିଭିନ୍ନ ସ୍ଥାନ ରେ ଚାରା ବଣ୍ଟନ ଓ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବନ ବିଭାଗ ବାସୁଦେବପୁର ପକ୍ଷ ରୁ ବିଭିନ୍ନ ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟ କ୍ରମ ରେ ଚାରା ବଣ୍ଟନ କାର୍ଯ୍ୟ କ୍ରମ କରାଯିବା ସହ ବୃକ୍ଷ ହିଁ ଜୀବନ, ଆମର ପ୍ରତିଦିନ ଜୀବନ ରେ ବୃକ୍ଷ ହିଁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବାସୁଦେବପୁର ବନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ମହାନ୍ତି ଉପସ୍ଥିତ ଜନ ସାଧାରଣ ଙ୍କୁ ବୁଝାଉ ଛନ୍ତି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ଶାଶୁ ଭୁଆସୁଣୀ, ଲକ୍ଷ୍ମୀ ଦାସପୁର, ନୂଆ ଗାଁ ପଞ୍ଚାୟତ ସହ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ପଞ୍ଚାୟତ ପ୍ରତିନିଧି ଙ୍କ ସହ ବନ ବିଭାଗ ଅଧିକାରୀ ଓ କର୍ମ ଚାରି ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରୁଛନ୍ତି। ଆଗକୁ ଏହିପରି ବିଭିନ୍ନ ସ୍ଥାନ ରେ ଏହି ଭଳି କାର୍ଯ୍ୟ କ୍ରମ ଜାରି ରହିବ ,ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି। ବାସୁଦେବପୁର ବନ ବିଭାଗ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ବାସୁଦେବପୁର ରେ ବେଆଇନ କରତ କଳ ଉପରେ ଚଢ଼ାଉ କରି ବନ୍ଦ କରିବା ସହ ତତ୍ ସଂଲଗ୍ନ ଅନ୍ୟ ସମସ୍ତ ବେଆଇନ କାର୍ଯ୍ୟ କୁ ରୋକ୍ ଲଗାଉ ଛନ୍ତି ଏବଂ ବେଆଇନ କାର୍ଯ୍ୟ ର ସୂଚନା ପାଇବା କ୍ଷଣି ଆବଶ୍ୟକ ପଦକ୍ଷେପ ନେଉଛନ୍ତି।  ତାଙ୍କର କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଉଛି। ସାଧାରଣ ଲୋକ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହ ମିଶି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ର ସୁରକ୍ଷା ଏବଂ ବନ୍ୟ ଜନ୍ତୁ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବୁଝାଇ ଥାଆନ୍ତି। ସାମୁଦ୍ରିକ ଝଡ ଏବଂ ସୁନାମି କୁ ପ୍ରତିହତ କରିବା ପାଇଁ ଉପକୂଳ ଅଞ୍ଚଳ ରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି କରିବା ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ ଦ୍ବାରା ଲୋକ ମାନଙ୍କୁ ସୁରକ୍ଷିତ ରଖିବାର ପ୍ରୟାସ ନେଇ ବନ ବିଭାଗ ଅଧିକାରୀ ସମସ୍ତ ଙ୍କ ର ସହଯୋଗ କାମନା କରିଛନ୍ତି। ବାସୁଦେବପୁର ବନ ବିଭାଗ ଅଧିକାରୀ ଙ୍କ ଏହି ଭଳି କାର୍ଯ୍ୟ କ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଉଛି।

0
0
0
s2sdefault