ମରାମତି ନ କରି ମରାମତି ହୋଇଥିବା ରିପୋର୍ଟ ଦେଇଛନ୍ତି ଅରଡ଼ବ୍ଲଏସଏସ ବିଭାଗ !
ଜମନକିରା (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଆମଲାଙ୍ଗ ଗ୍ରାମରେ ଦୁଇଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପରୁ ପାଣି ବାହାରୁ ନଥିବା ବେଳେ ଅନ୍ୟ ନଳକୂପ ଖରାପ ହୋଇ ୧୦ ଦିନ ବିତିଯାଇଛି। ଏପରିକି ଅରଡ଼ବ୍ଲଏସଏସ ବିଭାଗ ୧୯୧୬ ନମ୍ବର ରେ ବିଗତ ପ୍ରାୟ ୧୦ ଦିନ ପୂର୍ବରୁ ଅଭିଯୋଗ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ଏପରିକି ବାରମ୍ବାର ୧୯୧୬ ନମ୍ବର ରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ନଳକୂପ ମରାମତି ହୋଇପାରୁନାହିଁ। ଏପରିକି ଅରଡ଼ବ୍ଲଏସଏସ ବିଭାଗ ଏହି ନଳକୂପ ମରାମତି ନ କରି ମରାମତି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିଡମ୍ବନା ର ବିଷୟ ଏହିକି ଯେ ଅରଡ଼ବ୍ଲଏସଏସ ବିଭାଗ କାହିଁକି ଏଭଳି ମିଛ ରିପୋର୍ଟ ପ୍ରଦାନ କରିଛି ତାହା ତଦନ୍ତ ସାପେକ୍ଷ ଅନ୍ୟ ପକ୍ଷରେ। ଗ୍ରାମର ରବେଟ ବାହାଲା, ପିଣ୍ଟୁ ପଧାନ, ଋତୁରାଜ ପଧାନ, ଦଶରଥ ପଧାନ, ଅନିଲ ପଧାନ ନଳକୂପ ଯଥାଶୀଘ୍ର ମରାମତି ପାଇଁ ଦାବି କରିଛନ୍ତି