ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଶୃଙ୍ଖଳିତ ଭାବେ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଯୋଗର ଉପକାରିତା ଓ ଉପାଦେୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତଥା ଯୋଗ ଗୁରୁ ଭାବେ ଯୋଗ ଦେଇଥିବା ଶ୍ରୀ ଭୀମାରାଓଙ୍କ ତତ୍ତ୍ଵାବଧାନରେ ପ୍ରାର୍ଥନାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ମହାବିଦ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଓ ଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ।
ବିଭିନ୍ନ ଆସମ , ପ୍ରାଣାୟମ ଆଦି ଶାନ୍ତି ମନ୍ତ୍ର ଓ ଶପଥ ପାଠ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ତଥା ଛାତ୍ରୀମାନେ ଅନ୍ତର୍ଜାତୀୟ ଯୋଗଦିବସର ମହନୀୟତା କୁ ଉପଲବଧି କରିଥିଲେ।
ସେହିପରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏ.ଏନ୍. ଓ କ୍ୟାପଟେନ୍ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଅନୀତା କୁମାରୀ ପାଢୀଙ୍କ ତତ୍ତ୍ୱାବଧାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରୀମାନଙ୍କୁ ନେଇ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
- Hits: 7