ଆଖଡା ଗୃହ ଭାଙ୍ଗି ଲୁହା ସାମଗ୍ରୀ ଚୋରି ନେଲେ ଦୃର୍ବୁତ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ନୂଆଗୁଡା ଠାରେ ଥିବା ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଏକ ଆଖଡା ଗୃହ କୁ ଦୃର୍ବୁତ୍ତ ମାନେ ଭାଙ୍ଗି ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଏ ନେଇ ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ସମୀର ପାତ୍ର ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଡ଼ାବୁଗାଁ ସଦର ନୂଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଏକ ଆଖଡ଼ା ଗୃହ ୨୦୦୪ ମସିହାରେ ନିର୍ମିତ ହୋଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ଅନୁଦାନ ପାଣ୍ଠି ରୁ ୪ ଲକ୍ଷ ବ୍ୟୟରେ ୟୁଥ୍ କ୍ଳବ୍ ନିର୍ମାଣ ହୋଇଥିଲା। ଏହି ୟୁଥ୍ କ୍ଳବ୍ ଗୃହରେ ପ୍ରଥମେ ଏକ ପବ୍ଲିକ ସ୍କୁଲ ଚାଲିଥିବା ବେଳେ କିଛି ବର୍ଷ ପରେ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର ପରେ ଆଖଡ଼ା ଗୃହ ଚାଲିଥିଲା। ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଯୁବକ ସହ ଅନ୍ୟ ଯୁବକ ମାନେ ଏହି ଗୃହ ରେ ଶାରିରୀକ ବ୍ୟାୟାମ ଆଦି କରୁଥିଲେ। ତେବେ କୌଣସି କାରଣରୁ ଗତ ୧ ବର୍ଷ ରୁ ଉର୍ଦ୍ଧ ହେବ ଆଖଡ଼ା ଗୃହ ବନ୍ଦ ହେବା ଫଳରେ ଆଖଡ଼ା ଗୃହ ତାଲା ପଡି ରହିଥିଲା। ଆଖଡା ଗୃହ ଗ୍ରାମର ଶେଷ ମୁଣ୍ଡରେ ଏକ ନିର୍ଜନ ସ୍ଥାନରେ ଥିବାରୁ ଏହାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଖଡା ଗୃହ ର ଛାତ ଭାଙ୍ଗି ଲୁହା ରୋଡ,ଲୁହା କବାଟ,ଲୁହା ଝରକା ଓ ଇଟା ଚୋରି କରି ନେଇଥିଲେ। ଗତ କାଲି ଶୁକ୍ରବାର ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ସଦସ୍ୟ ସମୀର ପାତ୍ର କୌଣସି ସୂତ୍ରରୁ ଖବର ପାଇ ଯାଇ ଆଖଡା ଗୃହ କୁ ଦେଖିବା ସମୟରେ ତାହା ଗୃହ ଭାଙ୍ଗି ମାଟିରେ ମିଶି ଯାଇଥିବା ଦେଖିଥିଲେ। ଗୃହ ର କବାଟ,ଝରକା ,ସମସ୍ତ ଲୁହା ଛଡ ଓ ଇଟା ଚୋରି ହୋଇଥିବା ଦେଖି ଡ଼ାବୁଗାଁ ପୁଲିସ ରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚୋରି ଲୁହା ସାମଗ୍ରୀ କବାଡି ରେ ବିକ୍ରୀ ହୋଇଥିବା ସନ୍ଦେହ କରାଯାଉଛି।

0
0
0
s2sdefault