ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ପ୍ରତିବର୍ଷ ଜୁନ ୨୧ ତାରିଖ ରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇ ଆସୁଥିବା ବେଳେ ଆଜି ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଯୋଗ ପ୍ରଶିକ୍ଷକ ପ୍ରଦୀପ ନାୟକ ସକାଳ ୭ ଘଣ୍ଟ ରୁ ୮ ଘଣ୍ଟ ପର୍ଯ୍ୟନ୍ତ ଏକ ଘଣ୍ଟା ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଇଥିଲେ।ପ୍ରତିଦିନ ୧ ଘଣ୍ଟା ସମୟ ବାହାର କରି ଯୋଗ ଓ ପ୍ରାଣାୟାମ କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଏହି ଯୋଗ ଶିବିରରେ ବିଡିଓ ଶରତ ମାଝୀ, ଜିପିଇଓ ପଦ୍ମନାଭ ଭାଲ୍ଲା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଏବିଇଓ ସନ୍ତୋଷ କୁମାର ସାହୁ, ବିପିସି ଯୋଗେନ୍ଦ୍ର ମାଝୀ,ଶୁଭଶ୍ରୀ ମହାଙ୍କୁଡ, ବରିଷ୍ଠ ଶିକ୍ଷାବିତ୍ ନିତ୍ୟାନନ୍ଦ ମହାନ୍ତି, ଆଶା,ଅଙ୍ଗନୱାଡି,ଛାତ୍ରଛାତ୍ରୀ ଓ ବିଭିନ୍ନ ସରକାରୀ କର୍ମଚାରୀ ସାମିଲ ଥିଲେ। ସେହିପରି ବିଜେପି ଦଳ ତରଫରୁ ମଧ୍ୟ ରେଭୀନ୍ୟୁ ଗୁଡା ସ୍ଥିତ ମିନି ଷ୍ଟାଡିୟମ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଜେପି ର ଶୁଭ ଜିତ ପାଣିଗ୍ରାହୀ,ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଜେ ରାଜ ଶେଖର ରାଓ,ମନୋଜ ପାତ୍ର,ନରେଶ ସିଂ,ଜି ସତ୍ୟା ରାଓ,ନୁରୁ ସିଂ,ଭୀମସେନ ଜେନା, ୱାଇ ରାଜ ଶେଖର ଦୋରା , ପାପିନ ମୁନି ଓ ମହେଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଡ଼ାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର,ଭୈରବ ମହାବିଦ୍ୟାଳୟ,ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।
ରାଜ୍ୟ
ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
- Hits: 14