ଜଗତସିଂହପୁର, ତା ୨୧/୦୬/୨୫ରିଖ ସୁମନ୍ତ କୁମାର ଦାସ: ଜୁନ ୨୫ତାରିଖ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଏକାଦଶ ତମ ଆନ୍ତର୍ଜାତୀୟ ଯୋଗ ଦିବସ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଏବଂ ପାରାଦ୍ଵୀପ ର କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଏବର୍ଷ ର ଥିମ୍ ରହିଛି 'ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ' ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପାରାଦ୍ଵୀପ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଯୋଗ ର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ। ସମ୍ପ୍ରତି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀର କୁ ସୁସ୍ଥ ଓ ନିରାମୟ ରଖିବା ସହ କାର୍ଯ୍ୟ ସମ୍ପାଦନ ପାଇଁ ଉର୍ଜା ପ୍ରଦାନ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସେହିପରି ଜଗତସିଂହପୁର ସଦର ମହକୁମାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ, ଜଗତସିଂହପୁର ବ୍ଲକ୍, ପୌର ପରିଷଦ ଏବଂ ଅବକାରୀ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗ କୁ ପ୍ରାଚୀନ ଭାରତର ପରମ୍ପରା ବୋଲି ଅଭିହିତ କରିଥିଲେ। ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏହି ମହାନ ପରମ୍ପରା କୁ ପୁନର୍ଜୀବିତ କରାଯାଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। କିଶୋର କିଶୋରୀ, ଯୁବ ବର୍ଗ ଏବଂ ବରିଷ୍ଠ ନାଗରିକ, ସମସ୍ତେ ଏହି ପାରମ୍ପରିକ ଅଭ୍ୟାସ କୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ସୁସ୍ଥ ଓ ନିରାମୟ ରହିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଯୋଗ ମନୁଷ୍ୟ ର ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣ କୁ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନ ସାଧାରଣ ଆଭାସୀ ମାଧ୍ୟମ ରେ ଶୁଣିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସଭାରେ ସଭାପତିତ୍ବ କରିଥିଲେ।ଆଜି ପ୍ରାତଃ ୫.୩୦ ଘଟିକା ସମୟରେ ସମସ୍ତ ଜନସାଧାରଣ, ବିଦ୍ୟାଳୟ ଛାତ୍ରଛାତ୍ରୀ,ସରକାରୀ କର୍ମଚାରୀ, ଛୋଟ ଛୋଟ ପିଲାମାନେ ପହଞ୍ଚି ଯୋଗଶିକ୍ଷା କରିଥିଲେ। ପ୍ରାତଃ 7 ଘଟିକା ରୁ ସାଧାରଣ ଯୋଗ ନିୟମାବଳୀ ଅନୁସାରେ ପ୍ରଥମେ ପ୍ରାର୍ଥନା ଓ ପରେ ପରେ ବିଭିନ୍ନ ଆସନ ଯେପରି କି ତାଡାସନ,ଭୂଜଙ୍ଗାସନ,ତ୍ରିକୋଣାସନ ଏବଂ ଭ୍ରାମରୀ,କପାଳ ଭାତି,ଅନୁଲୋମ ବିଲୋମ ପରି ପ୍ରାଣାୟାମ ମୁଦ୍ରା ପ୍ରଶିକ୍ଷକ ନିହାର ରଞ୍ଜନ ଙ୍କ ନିର୍ଦ୍ଦେଶନାରେ କରାଯାଇଥିଲା। ଏହି ଅବସରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେ ଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ , କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବୀଜୟିନୀ ପଟ୍ଟନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ବ୍ଲକ୍ ଉନ୍ନୟନ ଅଧିକାରୀ,ଜଗତସିଂହପୁର, ଶ୍ରୀ ଆଶୁତୋଷ ମିଶ୍ର,ଅବକାରୀ ନିରୀକ୍ଷକ ଶ୍ରୀମତୀ ଅନିତା ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,କର୍ମଚାରୀ,ସାଧାରଣ ଜନତା, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ। ପରେ ପୌର ପରିଷଦ ପକ୍ଷରୁ 'ଏକ ପେଡ ମା କେ ନାମ ' ଅଭିଯାନ ରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।ଅନ୍ୟପଟେ ପାରାଦ୍ଵୀପ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ପାରାଦ୍ବୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ଵାଳ , ପାରାଦ୍ଵୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ପାରାଦ୍ଵୀପ ସ୍ଥିତ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ଅଧିକାରୀ ଓ କର୍ମଚାରୀମାନେ,ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ପାରାଦ୍ଵୀପ ର ଜନସାଧାରଣ ଯୋଗ ଦେଇଥିଲେ।