ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି କକଟି ପଦା ଗ୍ରାମରେ ନୂତନ ଶ୍ରୀରାମମନ୍ଦିର ନିର୍ମାଣ ନିମନ୍ତେ ଶୁକ୍ରବାର ଦିନ ସକାଳେ ଆଜ୍ଞାମାଳ ଗଲା । କକଟି ପଦା ଗ୍ରାମବାସୀଙ୍କ ତରଫରୁ ଅନିଲ ପଟ୍ଟନାୟକ ସ୍ମୀତା ପଟ୍ଟନାୟକ ଦମ୍ପତିଙ୍କ ସହିତ କେତେକ ଗ୍ରାମବାସୀ ଆଜ୍ଞାମାଳ ନେବା ପାଇଁ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଁଞ୍ଚିଥିଲେ । ବୈଦିକ ରିତିନିତି ଓ ବିଦ୍ଧିବିଧାନ ପୂର୍ବକ ଶ୍ରଦ୍ଧାର ସହିତ ଆଜ୍ଞାମାଳ ନେଇ ଜିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା । ସୂଚନା ଥାଉକି ନୟାଗଡ଼ ଜିଲ୍ଲା ବ୍ୟତିତ ଅନ୍ୟ ଜିଲ୍ଲା ମାନଙ୍କରେ ରଘୁନାଥ ଜିଉଙ୍କ ଗରିମା ମୟ ଇତିହାସ ଅନେକ ଜାଣିଥିବା ବେଳେ ବିଶେଷ କରି ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଏହାର ବହୁଳ ପ୍ରଭାବ ଦେଖା ଯାଇଥାଏ । ସାଧାରଣତଃ ଏହି ଦୁଇଟି ଜିଲ୍ଲାରେ ମନ୍ଦିର ନିର୍ମାଣ ସମୟରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଆଜ୍ଞାମାଳ ନେବାର ପ୍ରଥା ରହିଆସିଛି ।
ରାଜ୍ୟ
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜ୍ଞାମାଳ ଗଲା କନ୍ଧମାଳ,
- Hits: 142