ରାୟଗଡା : ତା. ୨୦/୦୬/୨୦୨୫ ରାୟଗଡ ଜିଲ୍ଲାବାସୀଙ୍କ ରହିଥିବା ବିଭିନ୍ନ ପେନସନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ, ରାୟଗଡରେ ଏକ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ପେନସନ ଅଭିଯୋଗ ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ଦାଶ ଙ୍କ ଦ୍ଵାରା ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ଆରମ୍ଭ ହୋଇଥିଲା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ସ୍ଵାଗତ ଭାଷଣ ଦେଇଥିଲେ I ଓଡିଶା ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନର ସ୍ୱତନ୍ତ୍ର ସଚିବ ଶ୍ରୀ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପେନସନ ମଞ୍ଜୁରୀ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା l ସାଧାରଣ ଲୋକକଙ୍କ ଆପତ୍ତି ଓ ଅଭିଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ପେନସନ ଅଭିଯୋଗ ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ଦାଶ ଓ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ମିଳିତ ଜନ ଶୁଣାଣିରେ କିଭଳି ସାମଧାନ କରାଯାଉଛି ଏବଂ ଆଇନଗତ ବାଧକ ପାଇଁ ସମାଧାନ ହୋଇ ପାରୁନଥିବା ଆଦି ବିଭିନ୍ନ କେଶର ସମୀକ୍ଷା କରାଯାଇଥିଲା । ପ୍ରଦାନ ମହାଲେଖାକାର କାର୍ଯ୍ୟାଳୟର Dy Accountant General (funds) ଶ୍ରୀ ସଞ୍ଜୟ କୁମାର ଓ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ମିଳିତ ଜନ ଶୁଣାଣିରେ ବିଭିନ୍ନ କେଶର ସମୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ରାୟଗଡ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣନଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଖଣ୍ଡିୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହଲେ, ଜିଲ୍ଲାର ୬୪ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକ ରେ ଜିଲ୍ଲାର ୨୧୦ ବିଚାରାଧୀନ ପେନସନଙ୍କ ଉପରେ ସମୀକ୍ଷା କରିଥିଲେ। ତୁରନ୍ତ ନିଷ୍ପତ୍ତି ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ଏହି ପେନସନ ଅଦାଲତରେ ମୋଟ ୫୦ ଗୋଟି ପେନସନଧାରୀଙ୍କ ଦରଖାସ୍ତ ଗ୍ରହଣ କରା ଯାଇଥିଲା ଏବଂ ସେ ସବୁ କୁ ୧୫ ଦିନ ମଧ୍ୟରେ ତର୍କ ସଂଗତ ନିର୍ଣ୍ଣୟ (Logical Conclusion) ଆଧାର ରେ ଫଇସଲା କରିବା କୁ ଅଧିକାରୀ ମାନଙ୍କୁ ଆଦେଶ ଦେଲେ । ଅବସର ପରେ ପେନସନ ପେପର ଦାଖଲ କରି ନ ଥିବା ବ୍ୟକ୍ତି ମାନଙ୍କୁ ଅଧିକାରୀ ମାନେ ନିଜ ତରଫରୁ ସାହାଯ୍ୟ କରି ପେନସନ ପେପର ପ୍ରସ୍ତୁତ କରି ଦାଖଲ କରିବା ପାଇଁ ସୁବିଧା କରିବା ପାଇଁ ଆଦେଶ ଦେଲେ ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଅଯଥା ବିଳମ୍ବ ନକରି ମଞ୍ଜୁରୀ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ । ପେନସନଧାରି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ଯଦି ପରିବାର ର ବାର୍ଷିକ ଆୟ ୫ ଲକ୍ଷ୍ୟ ଭିତରେ ରହେ ତେବେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏହା ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେଉଁ ମାନଙ୍କ ନାରେ ବିଭିନ୍ନ କେସ ରହିଛି ସେମାନଙ୍କ ଅବସର ପୂର୍ବରୁ ସମାଧାନ କରାଯାଇ ଫାଇନାଲ ପେନସନ ଦେବାକୁ ଚେଷ୍ଟା କରାଯିବ ବୋଲି ନିର୍ଦ୍ଦେଶକ ଆଦେଶ ଦେଲେ । ଉକ୍ତ ବୈଠକ ରେ ଜିଲ୍ଲାର ୩୦୯ ଟି ଜନଶୁଣାଣୀ ପୋର୍ଟାଲ ଓ ୫୭ ଟି ଅଭିଯୋଗ CPGRAM ପୋର୍ଟାଲ ଏବଂ ଅନ୍ୟ ସମସ୍ତ ପ୍ରକାର ମାଧ୍ୟମରେ ରହିଥିବା ଅଭିଯୋଗ ଶୁଣାଣୀ ଉପରେ ସମୀକ୍ଷା କରିଥିଲେ। ତୁରନ୍ତ ନିଷ୍ପତ୍ତି ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।
ରାଜ୍ୟ
ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା
- Hits: 15