ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ (ଏନ୍ଏସି)ର ୮ ଓ୍ବାଡରେ ଶୁକ୍ରବାର ବିକାଶ ବାହାନ ପରିକ୍ରମା କରିଥିଲା । ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଲଗ୍ନଜିତ୍ ରାଉତ୍ ବିକାଶ ବାହାନକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ସହିତ ସମସ୍ତ କର୍ମଚାରୀ ଏବଂ ଓଡ଼ଗାଁ ଅଞ୍ଚଳର ବୁଦ୍ଧିଜିବୀ ମାନେ ମିଳିତ ହୋଇ ଓଡ଼ଗାଁ ଏନ୍ଏସିର ବିକାଶ ନିମନ୍ତେ ସଂଙ୍କଳ୍ପ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ବାରା ୧୧୮ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୩୨ ଜଣଙ୍କୁ ରାସନ କାର୍ଡ, ୮ ଜଣଙ୍କୁ ବର୍ଦ୍ଧିତ ଭତା ଏବଂ ୨୩ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।
ପରେ ବିକାଶ ରଥ ଓଡ଼ଗାଁ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରି ଏନ୍ଏସିର ୮ ଓ୍ବାଡ ପରିକ୍ରମଣ କରୁଥିବା ବେଳେ ସୁଭଦ୍ରା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା, ଗରିମା, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ମଧୁବାବୁ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ବିମା ଯୋଜନା, ଶ୍ରମିକ କଲ୍ୟାଣ, ସୁଜଳ ଯୋଜନା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଏକକ ଦାବ୍ୟାଙ୍ଗ ପରିଚୟ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ବିଷୟରେ ନଗର ବାସୀଙ୍କୁ ସଚେତନ କରିଥିଲେ । ଶନିବାର ଦିନ ବିକାଶ ବାହାନ ପରିକ୍ରମା କରିବା ବେଳେ ୯ ରୁ ୧୫ ପର୍ଯ୍ୟନ୍ତ ୭ ଓ୍ବାର୍ଡ ପରିକ୍ରମା କରିବ । ଏହି ସମୟରେ ବୃକ୍ଷରୋପଣର କାର୍ଯ୍ୟକ୍ରମ ରହିଛି ବୋଲି ନିର୍ବାହୀ ଅଧିକାରୀଙ୍କ ଠାରୁ ପ୍ରକାଶ । ପୈ।ରଯନ୍ତ୍ରୀ ଆଦିତ୍ୟ କୁମାର ଜେନା ଏବଂ ଏନ୍ଏସି ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂର୍ଯ୍ୟ ପଟ୍ଟନାୟକ, ନିଳମାଧବ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।