ଭୁବନେଶ୍ୱର: ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫେଲୋସିପ ଅଜିମ ପ୍ରେମଜୀ ଫାଉଣ୍ଡେସନ ଏବଂ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ୧୧ଟି ସମ୍ମାନଜନକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ସମ୍ମିଳିତ ପ୍ରୟାସ ହୋଇଛି ।
ଏହି କାର୍ଯ୍ୟକ୍ରମର ଅଂଶ ଭାବରେ ଫେଲୋମାନଙ୍କୁ ଗ୍ରାମାଂଚଳରେ ରୋଗୀମାନଙ୍କ ସହିତ ଫଳପ୍ରଦ ଭାବରେ କାମ କରିବାର ଅନୁଭବ ସହିତ ଶିଖିବାର ସୁଯୋଗ ମିଳିବ । ବରିଷ୍ଠ ଡାକ୍ତରମାନଙ୍କ ଦ୍ୱାରା ବହୁବିଧ ରୋଗ ଚିକିତ୍ସା ଓ ମାର୍ଗଦର୍ଶନ ସେମାନଙ୍କୁ ସଫଳ ଚିକିତ୍ସା କୋ÷ଶଳ ଏବଂ ଗୋଷ୍ଠୀ ଅନୁଭୂତି ହାସଲ କରିବାରେ ଏହା ସୁଯୋଗ ପ୍ରଦାନ କରିବ ।
ଏହି ଫେଲୋସିପରେ ଯୋଗଦାନ କରି ଫେଲୋମାନେ ସ୍ୱାସ୍ଥ୍ୟସେବା ଯୋଗାଣର ସମ୍ମୁଖ ଭାଗରେ କାର୍ଯ୍ୟ କରିବାର କ୍ଷେତ୍ରସ୍ତରୀୟ ବହୁମୂଲ୍ୟ ଅନୁଭୂତି ଲାଭ କରିବେ । ସ୍ୱାସ୍ଥ୍ୟ ସୁବିଧାଗୁଡିକ ଆବଶ୍ୟକତା ମୁତାବକ ଉପଲବ୍ଧ କରାଇବା ଏବଂ ଲୋକଙ୍କ ନିକଟରେ ପହଂଚାଇବା ରାସ୍ତାରେ ରହୁଥିବା ଚାଲେଞ୍ଜଗୁଡିକୁ ବୁଝିପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିବାକୁ ଥିବା ବହୁବିଧ ଚାଲେଞ୍ଜର ମୁକାବିଲା ଓ ସମାଧାନ ଶିଖିବା ଅବସରରେ ଏହି କ୍ଷେତ୍ରର ଅନୁଭବୀ ଲୋକ ଏବଂ ଜନସମୁଦାୟଙ୍କ ସହିତ ମିଳିତ ଭାବରେ କାମ କରିବା ଶିକ୍ଷାଲାଭ କରିପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ଥାୟୀ ପରିବର୍ତନ ଆଣିବା ନିମନ୍ତେ କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ଯୋଡିହେବେ ।
ରାଜ୍ୟ
ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା
- Hits: 48