ମହାପ୍ରଭୁଙ୍କ ଘୋଷଯାତ୍ରାରେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ): ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବାକୁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ନିମନ୍ତ୍ରଣ। ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ମଙ୍ଗଳବାର ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଛନ୍ତି ।

ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଘୋଷଯାତ୍ରା ପରିଚାଳନା ବ୍ୟବସ୍ଥା ବିଷୟରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଠାରୁ ଅବଗତ ହୋଇଥିବା ଜଣାପଡିଛି । ଆୟୋଜନକୁ ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଏହି ଅବସରରେ ଘୋଷଯାତ୍ରା ଓଡିଶାର ଐତିହ୍ଯ ଆସ୍ଥାର ପ୍ରତୀକ । ମୁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛି ବୋଲି କହିଥିଲେ ରାଜ୍ୟପାଳ।

0
0
0
s2sdefault