ହେଡଲାଇନସ୍:

ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି।
ଏହି ଅବସରରେ ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଅଙ୍ଗନବାଡ଼ି କେନ୍ଦ୍ରରେ ରଜ ଉତ୍ସବ -୨୦୨୫ ପାଳିତ ହୋଇଯାଇଛି।
ଏହି ଅବସରରେ ରଜଦୋଳି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି ଅଳତା ଆଦି ଲଗାଇ ସଜ୍ଜିତ କରାଯାଇଥିଲା। ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ରଜଦୋଳି ଗୀତ ସାଙ୍ଗ କୁ ପୋଡ଼ ପିଠା , ଗଜା , କାକରା , ଆରିସା , ଲଡୁ , ବୁନ୍ଦି , ଚକୋଲେଟ ଆହୁରି ଅନ୍ୟାନ୍ୟ ମିଠା। ଏହା ସହିତ ମିଠା ପାନ ଉତ୍ସବ ର ଅନ୍ୟ ଆକର୍ଷଣ ଥିଲା।
ଏହି କାର୍ଯ୍ୟକ୍ରମ ରେ ମହିଳା ସାମ୍ବାଦିକା ଶ୍ରୀମତୀ ରେଣୁବାଳା ବେହେରା ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁଁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠି , ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଉପସ୍ଥିତ ରହି ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ପାଟିକୋଟା ସୁଧାର ଗୃହ ପରିଚାଳିକା ମଞ୍ଜୁଲତା ଆଚାର୍ଯ୍ୟ , ମୁଖ୍ୟ ବକ୍ତା ଭାବେ ରେଖା ଡିଜିଟାଲ ଇଡି ର ମୁଖ୍ୟ କ୍ଷୀରାବ୍ଧୀ ତନୟା ପଣ୍ଡା , ସମ୍ମାନିତ ଅତିଥି ଭାବେ ଶ୍ରୀ ଇଶାନ ଚାନ୍ଦ ଓଁକାର , ଶ୍ରୀ ମନୋଜ କୁମାର ପଣ୍ଡା ଯୋଗ ଦେଇ ରଜ ଉତ୍ସବ ପାଳନ ଉପରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ଦିଦି ଶ୍ରୀମତି କୁନନ୍ଦ ପ୍ରଧାନ , ପୁଷ୍ପାଞ୍ଜଳୀ ପଣ୍ଡା , କବିତା ମଲ୍ଲିକ , ଅଞ୍ଜନା ଦାସ , ଯୋର୍ତିମୟୀ ପଣ୍ଡା , ଶୈଳବାଳା ସାହୁ , ଉଷାରାଣୀ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟା ମାନେ ଏବଂ ବହୁ ସଂଖ୍ୟା ରେ କିଶୋରି ବାଳିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ସେହିପରି "ପ୍ରଗତି" ମହିଳା ସଙ୍ଗଠନ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ପିତୃ ଦିବସ ଓ ରଜୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ (ରାଜ ବାଟି ପରିସରରେ) "ପ୍ରଗତି" ମହିଳା ସଙ୍ଗଠନ ପକ୍ଷରୁ ପାଳିତ ହୋଇଯାଇଛି।
ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ଭାଷଣ ଦେଇଥିବାବେଳେ ସ୍ନେହା ବେହେରା ପରିଚୟ ପ୍ରଦାନ କରିଥିଲେ। ପିତାଙ୍କୁ ସଶ୍ରଦ୍ଧ ସମାନ ସହ ସେବା ଦେବାସହ ଜଣେ ଚଳନ୍ତି ପ୍ରତିମାକୁ ବା ଭଗବାନ ଭଳି ମାନିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତା ମାନେ କହିଥିଲେ।
ପିତୃ ପୂଜାରେ ବିଚିତ୍ରାନନ୍ଦ ବେବର୍ତ୍ତା , ମନୋଜ ପଟ୍ଟନାୟକ , ଡ.ନରସିଂହ ଗୌଡ , ଭାଗବତ ପାଢୀ , ଲୋକନାଥ ମିଶ୍ର , ହରିମୋହନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାନେତ୍ରୀ କଳ୍ପନା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ତନୂଜା ଶତପଥି ପ୍ରାକ୍ ସୂଚନା ଦେଇଥିଲେ। ଏହି ଅବସରରେ ଓଡ଼ିଆ ତର୍କ , ଅଲତା ପରିଧlନ , ନୃତ୍ୟ, ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜୟୀଙ୍କୁ ପ୍ରମାଣ ପତ୍ର ଓ ଫୁଲତୋଡ଼ା ପ୍ରଦାନ କରାଯାଇଥିଲା।ଶେଷରେ ରଜ ପାନ , ଓଡ଼ିଆ ପାରମ୍ପାରିକ କାକରା ପିଠା , ପୋଡ ପିଠା ପରିବେଷଣ କରାଯାଇଥିଲା। ଶେଷରେ ରାଜେଶ୍ୱରୀ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛୋଟ ଝିଅ ମାନଙ୍କୁ ନେଇ ରଜ ଦୋଳି , ନାଚ , ଗୀତର ଆୟୋଜନ ହୋଇଥିଲା।

0
0
0
s2sdefault