ହେଡଲାଇନସ୍:

ସାଥୀ ର ପରିବେଶ ସଚେତନତା ସାଇକେଲ ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ସାଥୀ, କ୍ଲିନ୍ ଆଣ୍ଡ ଗ୍ରୀନ ଓ ମିସନ ସଣ୍ଡେ ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉପଲକ୍ଷେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସାଥୀ ର ସଭାପତି ଆଇନଜୀବୀ ସଦାନନ୍ଦ ସାହୁ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ରାଲି ସେକ୍ଟର ୭/୧୭ ଛକରୁ ବାହାରି ଆମ୍ବାଗାନ ଛକଠାରେ ସମାପ୍ତ ହୋଇଥିଲା। ଏଥିରେ ପ୍ରାୟ ୨୦୦ଜଣ ଅଂଶଗ୍ରହଣ କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଆମ୍ବାଗାନ ଛକଠାରେ ଆପୋଲୋ ହସ୍ପିଟାଲର ଡାକ୍ତର ମିଲନ ଶତପଥୀ, ଡାକ୍ତର ଦିପ୍ତୀରଞ୍ଜନ ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର, କ୍ଲିନ୍ ଆଣ୍ଡ ଗ୍ରୀନ ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସମାଜସେବୀ ଡ ସୁମନ ଦତ୍ତ, ଶ୍ରମିକ ନେତା ରମେଶ ସେଠୀ ପ୍ରମୁଖ ବକ୍ତବ୍ୟ ରଖି ପରିବେଶ ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ। ବକ୍ତାମାନେ ପ୍ରଦୂଷଣ ନକରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା କିମ୍ବା କମ କରିବା, ସବୁଜ ବଳୟ ସୃଷ୍ଟି କରିବା, ଏସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ଅପର୍ଣ୍ଣା ରାଉତରାୟ ଓ ଅନ୍ୟ ୩ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଶେଷରେ ସାଥୀ ର ସାଧାରଣ ସମ୍ପାଦକ ରଜନୀକାନ୍ତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault