ହେଡଲାଇନସ୍:

ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଏବଂ ଏସ ଆର ଏସି ଦଳ ସେମିଫାଇନାଲକୁ ଉନ୍ନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୮ମ ଦିନ

ଓଡ଼ଗାଁ, ୧୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ରବିବାର ୮ମ ଦିନରେ ଅନୁଷ୍ଠିତ ୨ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଏବଂ ଏସ ଆର ଏସି ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ପ୍ରଥମ ମ୍ୟାଚ ଏଲାଇଟି ଇଗଲ ଟସଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଥିଲା ବେଳେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୧୦ ଓ୍ବିକେଟ ବିନିମୟରେ ୧୧୪ ରନ୍ ସଂଗ୍ରହ କରିଥିଲେ । ଏହାକୁ ମୁକାବିଲା କରିବାକୁ ଯାଇ ଏଲାଇଟି ଇଗଲ ନିର୍ଦ୍ଧାରିତ ୧୦ ଓଭରରେ ୮ ଓ୍ବିକେଟ ହରାଇ ୮୦ ରନ୍ ସଂଗ୍ରହ କରି ୩୪ ରନ୍ ବ୍ୟବଧାନରେ ମ୍ୟାଚ ହାରିଯାଇଥିଲେ । ଫଳରେ ବିଜୟୀ ଦଳ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ସେମି ଫାଇନାଲକୁ ଉନ୍ନିତ ହୋଇଥିଲେ । ବିଜୟୀ ଦଳର ରାମେଶ୍ବର ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।

ସେହିପରି ଦ୍ବିତୀୟ ମ୍ୟାଚ ଏସ ଆର ଏସି ଟସଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୫ ଓ୍ବିକେଟ ବିନିମୟରେ ୧୪୭ ରନ୍ ସଂଗ୍ରହ କରିଥିଲେ । ବ୍ରଦର୍ଶ ଇଲେଭେନ ଏହାର ମୁକାବିଲା କରିବାକୁ ଯାଇ ୭ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୬୮ ରନ୍ ସଂଗ୍ରହ କରି ୭୦ ରନ୍ ବ୍ୟବଧାନରେ ମ୍ୟାଚ୍ ହାରି ଯାଇଥିଲା । ଏବଂ ଏସ ଆର ଏସି ଦଳ ମ୍ୟାଚରେ ବିଜୟୀ ହାସଲ କରି ସେମିଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ଦଳର ଲିଟି ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ବିଜୟାନନ୍ଦ, ମିଥୁନ, ଶୁଭମ୍, ରୋହନ, ସୂର୍ଯ୍ୟକାନ୍ତ ଓ କିଶନ୍ ମ୍ୟାଚ୍ ପରିଚାଳନା କରିଥିଲେ । ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ଖେଳର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

0
0
0
s2sdefault