ବିଜେପୁର :-ବିଜେପୁର ବ୍ଲକ ବରିଷ୍ଠ ନାଗରିକ ସଂଘର ମାସିକ ବୈଠକ ସଭାପତି ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅହମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିମାନଯାତ୍ରୀ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଂଘର ସମ୍ପାଦକ ସ୍ବାଧୀନ କୁମାର ସାହୁଙ୍କ ଅନୁରୋଧ ରକ୍ଷାପୂର୍ବକ ସର୍ବସମ୍ମତି କ୍ରମେ ପ୍ରଦୀପ କୁମାର ଗୁରୁଙ୍କୁ ନୂତନ ସମ୍ପାଦକ ଭାବରେ ମନୋନୀତ କରାଯାଇ ଦାୟୀତ୍ବ ପ୍ରଦାନ କରାଯାଇଥିଲା । ସଭାରେ ଆଗାମୀ ଜୁଲାଇ ମାସରେ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ସଫଳତା ରୂପାୟନ ନିମିତ୍ତ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ପାଇଁ ଆଲୋଚନା କରାଯାଇଥିଲା । ସଂଗଠନର ସମସ୍ତ ସଭ୍ୟ/ସଭ୍ୟାଙ୍କ ପାଇଁ ବରିଷ୍ଠ ନାଗରିକ ପରିଚୟ ପତ୍ର ସକାଶେ ନିର୍ଦ୍ଧାରିତ କାଗଜାତ ସହିତ ଆବେଦନ କରାଯାଇଥିବା ବେଳେ ଗତବର୍ଷ କେତେ ଜଣଙ୍କୁ ପରିଚୟ ପତ୍ର ମିଳିଛି, ବାକି ସଭ୍ୟ/ସବ୍ୟାଙ୍କ ପରିଚୟ ପତ୍ର ମିଳିବା ନିମନ୍ତେ ବିଜେପୁର ଥାନା ପ୍ରଭାରୀଙ୍କ ସହିତ ଆଲୋଚନା କରିବା ପାଇଁ ନୂତନ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସଂଗଠନରେ ନୂତନ ସଭ୍ୟ ହେବା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଠାରୁ ଆବେଦନ ଗ୍ରହଣ କରାଯିବା ନିମିତ୍ତ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟ ବର୍ଷମାନଙ୍କ ପରି ଚଳିତବର୍ଷ ମଧ୍ୟ ସଂଘ ପକ୍ଷରୁ ବ୍ୟାପକ ଜନହିତକର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉପଦେଷ୍ଟା ଡା.ତହସିଲ ସାହୁ ଉଦବୋଧନ ଦେଇଥିଲେ । ସହ-ସମ୍ପାଦକ ପ୍ରେମରାଜ ପଟେଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭା ଶେଷରେ ବରିଷ୍ଠ ସଦସ୍ୟା ସୁଶ୍ରୀ ପ୍ରମୋଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବରିଷ୍ଠ ନାଗରିକ ସଂଘର ମାସିକ ବୈଠକ
- Hits: 705