ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ମତ୍ସ୍ୟ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସରକାର ଙ୍କ ଯୋଜନା କୁ ଲୋକାଭିମୁଖୀ କରି ହିତାଧୀକାରୀ ମାନଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ସଚେତନତା ର ଆବଶ୍ୟକ ରହିଛି ବୋଲି କହିଥିଲେ।ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶ୍ରୀ ରେଶମା ରାଣୀ ସିଂ ସରକାର ପକ୍ଷରୁ ମତ୍ସ୍ୟ ବିଭାଗ ର ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଡଃ ଅଜୟ କୁମାର ସାହୁ ପ୍ରାଣୀ ଚିକିତ୍ସା ବିଭାଗ ର ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ସଂପର୍କ ରେ ଆଲୋକପାତ କରିଥିଲେ। ସଭାରେ ଉପସ୍ଥିତ ରହି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆମ ଜିଲ୍ଲା ର ଚାଷୀ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିଛି ବୋଲି କହିଥିଲେ। ମତ୍ସ୍ୟ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ର ହିତାଧୀକାରୀ ଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ପ୍ରାଣୀ ଚିକିତ୍ସା ବିଭାଗ ର ଉପ ନିର୍ଦ୍ଦେଶକ ସରୋଜ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ
ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ଦିବସ
- Hits: 15