ହେଡଲାଇନସ୍:

ବଲାଙ୍ଗିର ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର )  ଅଦ୍ୟ ନବଜୀବନ ବିଦ୍ୟାପୀଠ ବଲାଙ୍ଗିର ର ପ୍ରଧାନ ଶିକ୍ଷକ କିଶୋର ବାଗଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି ।  ଓଡିଶା ସରକାରଙ୍କ ପରିବେଶ ଓ ଅରଣ୍ୟ ବିଭାଗ ଆନୁକୂଲ୍ୟରେ ପାଳିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ଓ ଜନ ସାଧରଣଙ୍କ ମନ ମଧ୍ୟରେ ଶକ୍ତି ସଂରକ୍ଷଣର ଉପକାରିତା ସମ୍ପର୍କରେ ଧାରଣା ସୃଷ୍ଟି କରିବା ।  ଏହି ଉଦ୍ଦେଶ୍ୟରେ ଆଜି ସକାଳ ୯ଟାରୁ ୧୦.୩୦ ମଧ୍ୟରେ ନବଜୀବନ ବିଦ୍ୟାପୀଠର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର-ଶିକ୍ଷକ ମାନେ  ନବଜୀବନ ବିଦ୍ୟାପୀଠ ରୁ ଆରମ୍ଭ କରି  ବଲାଙ୍ଗିର ସହରରେ  ଏକ ଶେଭାଯାତ୍ରା ଆୟୋଜନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ଏବଂ ଜନ ସାଧାରଣଙ୍କୁ ଶକ୍ତି ସଂରକ୍ଷଣ ସମ୍ପର୍କିୟ ପତ୍ରିକା ବଣ୍ଟନ କରିଥିଲେ । ପରେ ସକାଳ ୧୧ଟା ରୁ ଅପରାହ୍ନ ୧ଘ. ମଧ୍ୟରେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବଲାଙ୍ଗିର ବ୍ଲକ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ପ୍ରଭାତ ସାହୁ ଓ ରାଜେନ୍ଦ୍ର ମହାବିଦ୍ୟାଳୟ ରସାୟନ ବିଭାଗ ର ଆସିଷ୍ଟାଣ୍ଡ ପ୍ରଫେସର ଗଜେନ୍ଦ୍ର କୁମାର ପ୍ରଧାନ ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗତ ତା.୨୫.୧୧.୨୦୧୮ରିଖରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଉପରେ ଆଧାରିତ କୁଇଜ୍ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା  ଲିଟିଲ ଫ୍ଲାୱାର ସ୍କୁଲ ର ଛାତ୍ର ମାନଙ୍କୁ ଯଥା ସୌମେଶ ଶୁଭମ ଷଡଙ୍ଗୀ (ପ୍ରଥମ),  ଆର୍ୟନ କୁମାର ନାଏକ (ଦ୍ୱିତୀୟ) ଓ ସ୍ମରଣ ଶତପଥୀ (ତୃତୀୟ) ଙ୍କୁ ପ୍ରମାଣପତ୍ର ସହିତ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । 

 

0
0
0
s2sdefault